Odisha Link
Bridging the Missing Links in Odisha

ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ୱାଇ: ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରିବା ମାମଲାରେ ରାଜ୍‌ କୁନ୍ଦ୍ରାଙ୍କୁ ମିଳିଛି ଜାମିନ। ୫୦ ହଜାର ଟଙ୍କାର ମୁଚାଲିକା ବଦଳରେ ତାଙ୍କୁ ଜାମିନ୍‌ ମିଳିଛି। ପର୍ଣ୍ଣୋଗ୍ରାଫି ମାମଲାରେ ଫସିଥିବା ରାଜ୍ କୁନ୍ଦ୍ରାଙ୍କୁ ଜୁଲାଇ ୧୯ରେ ପୋଲିସ ଗିରଫ କରିଥିଲା। ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ଯୋଡ଼ିବାରେ ଲାଗିଥିଲା। ନୂଆ ନୂଆ ତଥ୍ୟ ମଧ୍ୟ ସାମ୍ନାକୁ ଆଣିଥିଲା ପୁଲିସ।

ରାଜ କୁନ୍ଦ୍ରାଙ୍କୁ ପୁଲିସ୍ ଗିରଫ କରିବା ପରେ ତାଙ୍କର ବିଭିନ୍ନ କମ୍ପାନୀ, ବାସଭବନ ଏବଂ ଅଫିସରେ ଚଢଉ କରାଯାଇଥିଲା। ସରକାରୀ ଓକିଲ ଅରୁଣା ପଇ ବମ୍ବେ ହାଇକୋର୍ଟକୁ କହିଥିଲେ ଯେ, ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ରାଜ୍ କୁନ୍ଦ୍ରାଙ୍କ ଦୁଇଟି ଆପରୁ ୫୧ଟି ଅଶ୍ଲୀଳ ଫିଲ୍ମ ଜବତ କରିଛି ପୋଲିସ।

ହଟସଟ୍ସ ଆପରୁ ୫୧ଟି ଅଶ୍ଳୀଳ ଓ ଆପତ୍ତି ଜନକ ଫିଲ୍ମ ଭିଡିଓ ଜବତ ହୋଇଛି। ଏହାସହ ସେ ଆହୁରି କହିଛନ୍ତି କି ଏହି ଫିଲ୍ମ ଗୁଡିକର କନେକ୍ସନ ସିଧା ରାଜ କୁନ୍ଦ୍ରାଙ୍କ ସହ ରହିଛି। ଏଥିପାଇଁ ରାଜ୍ ଓ ରାୟନ୍ ଙ୍କୁ ଗିରଫ କାହିଁକି କରାଗଲା ତାହାର ମଧ୍ୟ କାରଣ ସ୍ପଷ୍ଟ କରାଯାଇଛି।

ତେବେ ଅରୁଣା ପଇ କୋର୍ଟଙ୍କୁ କହିଥିଲେ କି, ରାଜ ଓ ରାୟନ୍ ଦୁହେଁ ମିଶି ଏହି ଘଟଣାର ସମସ୍ତ ହ୍ବାଟ୍ସଆପ୍ ଚାଟ୍ ଡିଲିଟ୍ କରିଛନ୍ତି। ଏହା ସହ ସମସ୍ତ ପ୍ରମାଣ ପତ୍ର ମଧ୍ୟ ନଷ୍ଟ କରୁଥିଲେ। ଏଥିପାଇଁ ପୋଲିସ୍ ଏହି ଦୁଇ ଜଣଙ୍କୁ ଗିରଫ୍ କରିଛି। ଭିଡିଓ କନଫରେନ୍ସିଂ ଜରିଆରେ ଜଜ୍‌ ଏ.ଏସ୍ ଗଡକରୀ କହିଛନ୍ତି କି ରାଜ ଓ ରାୟନଙ୍କ ବିରୋଧରେ ଅଶ୍ଳୀଳ କମେଣ୍ଟ ଷ୍ଟ୍ରିମିଂ କରିବାର ଗମ୍ଭୀର ଆରୋପ ଲାଗିଛି। ଏନେଇ ପୋଲିସ୍ ଫୋନ୍ ଓ ଷ୍ଟୋରେଜ୍ ଡିଭାଇସରୁ କଣ୍ଟେଣ୍ଟ ମଧ୍ୟ ଜବତ କରିଛି।

Leave A Reply

Your email address will not be published.