Odisha Link
Bridging the Missing Links in Odisha

ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ପଡିନପାରେ: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଓଡ଼ିଶାରେ ତୃତୀୟ ଲହରର ପ୍ରଭାବ ପଡି ନ ପାରେ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ବର୍ତ୍ତମାନ ଯେଉଁ ରାଜ୍ୟରେ ସଂକ୍ରମଣ ବଢ଼ିଛି ତାହା ସେତେ ଅଧିକ ନୁହେଁ। ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଆମେ ଭଲ ସ୍ଥିତିରେ ରହିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ, ଆମେ ଭଲ ସ୍ଥିତିରେ ରହିଛେ। ସେରୋ ସର୍ଭେ ରିପୋର୍ଟ ବହୁତ ଭଲ ଆସିଛି। ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକମାନଙ୍କର ଆଣ୍ଟିବଡ଼ି ଭଲ ରହିଛି। ସ୍ବାସ୍ଥ୍ୟ ସେବାକାରୀଙ୍କର ୯୩ ପ୍ରତିଶତ, ସାଧାରଣ ଲୋକଙ୍କର ୭୩ ପ୍ରତିଶତ, ଏହା ବାଦ ଯୁବପୀଢୀ, ବୟସ୍କ ଏବଂ ଶିଶୁମାନଙ୍କର ଯାହା ଆଣ୍ଟିବଡ଼ି ରହିଛି ତାହା ଆମ ପାଇଁ ବହୁତ ଭଲ ରହିଛି।

ଟିକା ନେଇଥିବା ଲୋକଙ୍କର ବି ଏଥିରେ ଭଲ ଆଣ୍ଟିବଡ଼ି ରହୁଥିବା ଜଣାପଡିଛି। ଏହା ଦ୍ବାରା ଆମେ ଜାଣି ପାରିଲୁ ଯେ, ଆମ ସମସ୍ତଙ୍କ ଶରୀରରେ ଆଣ୍ଟିବଡ଼ି ହେଲାଣି। ଟାକାକରଣ ଡ୍ରାଇଭ କାମ କରୁଛି ଓ କୋଭିସିଲ୍ଡ ଏବଂ କୋଭାସ୍କିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣା ପଡ଼ିଛି।

ଏହା ବାଦ୍ ଗ୍ରାମାଞ୍ଚଳରେ ବି ଭଲ ଆଣ୍ଟିବଡି ଡେଭଲପ୍ ହୋଇଛି। ଯାହା ଏବେ ସଂକ୍ରମଣର ସ୍ଥିତି ରହିଛି ତାହା କଣ୍ଟ୍ରୋଲ ଲେବଲରେ ରହିଛି। ମାତ୍ର ଆଗକୁ ପାର୍ବଣ ଋତୁ ଆସୁଛି, ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ। ତୃତୀୟ ଲହର ଯେତେ ଯାହା କୁହାଯାଉଥିଲା ସେମିତି ବର୍ତ୍ତମାନ ସୁଦ୍ଧା ନାହିଁ। ଆଶା କରିବା ଆମେ ଭଲ ସ୍ଥିତିରେ ରହିବା।

Leave A Reply

Your email address will not be published.