ଏୟାର ଲିଫ୍ଟ ହେଲେ ବଦ୍ରି ପାତ୍ର
ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫ୍ଟ କରାଯାଇଛି।

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର। ଯାହାଫଳରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫ୍ଟ କରାଯାଇଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ଏୟାର ଲିଫ୍ଟ କରାଯାଇଛି। ଏନେଇ ବିଧାୟକଙ୍କ ପୁଅ ଦେବପ୍ରିୟ ପାତ୍ର ଶନିବାର ଦିନ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବିଧାୟକ ବଦ୍ରି ପାତ୍ରଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ ତାଙ୍କ ହାର୍ଟରେ ଦୁଇଟି ଆଟେରୀ ବ୍ଲକେଜ୍ ଥିବା ଜଣାପଡିଥିଲା । ତୁରନ୍ତ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେନ୍ ଲଗାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଇଣ୍ଟରନାଲ ବ୍ଲିଡିଂ ସମସ୍ୟା ଦେଖାଦେଇଥିଲା। ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକରୁ ଅଧିକ ଗୁରୁତର ହେବାରେ ଲାଗିଛି