Odisha Link
Bridging the Missing Links in Odisha

ଜନ୍ମମାଟିରେ ଜଳିଲା ବୀର ଯବାନଙ୍କ ଜୁଈ

ଭୁବନେଶ୍ବର: ଶହୀଦ ଯବାନ ରାଣାପ୍ରତାପ ଦାସଙ୍କୁ ଝୁରୁଝି ଓଡ଼ିଶା। ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପଙ୍କୁ ଜନ୍ମ ମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଦିଆଯାଇଛି ଶେଷ ସଲାମ୍। ଯେଉଁ ମାଟିରେ ଜନ୍ମ ହୋଇଥିଲେ ସେ ମାଟିରେ ହିଁ ଜଳିଲା ଜୁଈ। ଆଉ ଆତ୍ମୀୟ ପରିଜନ ଦେଇଛନ୍ତି ଶେଷ ବିଦାୟ। ରାଷ୍ଟ୍ରୀୟ ମର୍ଯ୍ୟଦା ସହ ରାଣାପ୍ରତାପଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଆଜି ମଧ୍ୟାହ୍ନରେ ବୀର ଯବାନ ରାଣାପ୍ରତାପଙ୍କ ପାର୍ଥିବ ଶରୀର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଁଞ୍ଚିଥିଲା। ପରେ ଦିଆଯାଇଥିଲା ଗାର୍ଡ ଅଫ୍‌ ଅନର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ, ବିଧାୟକ, ସରକାରୀ କର୍ମଚାରୀ, ସେନା ଅଧିକାରୀୀ ଜଣାଇଥିଲେ ଶ୍ରଦ୍ଧାଞ୍ଜଳି। ପରେ ପାର୍ଥିବ ଶରୀରକୁ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁରକୁ ନିଆଯାଇଥିଲା। ଗଲା ବେଳେ ରାସ୍ତାରେ ବିଭିନ୍ନ ସ୍ଥାନରେ ତାଙ୍କୁ ଦିଆଯାଇଥି ଶ୍ରଦ୍ଧାଞ୍ଜଳି ଦେଇଥିଲେ ଲୋକେ।

ସୂଚନାଯେୋଗ୍ୟ, ଗତ ବୁଧବାର ସିଡିଏସ୍ ଜେନେରାଲ ବିପିନ ରାୱତ ତାମିଲନାଡୁର ୱେଲିଂଟନ ଥିବା ଡିଫେନ୍ସ ଷ୍ଟାଫ୍ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ସେ ସୁଲୁର ଏୟାର ବେସ୍‌ରୁ ହେଲିକପ୍ଟରରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ହେଲିକପ୍ଟରରେ ବିପିନ ରାୱତଙ୍କ ସହିତ ତାଙ୍କ ପତ୍ନୀ ଓ ଅନ୍ୟ ସେନାଧିକାରୀ ଥିଲେ। ସେମାନଙ୍କ ମଧ୍ୟରେ ରାଣାପ୍ରତାପ ଦାସ ମଧ୍ୟ ଥିଲେ। ସେ ବାୟୁସେନାର ଜୁନିଅର ଓ୍ୱାରେଣ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋାଇଥିଲା।

Leave A Reply

Your email address will not be published.