Odisha Link
Bridging the Missing Links in Odisha

ତାଣ୍ଡବ ରଚିଲା ଭୟଙ୍କର ଘୂର୍ଣ୍ଣିଝଡ଼, ଚାଲିଗଲା ୫୦ ଜୀବନ

ପାଣିପାଗ ଆହୁରି ଅଧିକ ବିଗିଡିବା ସମ୍ଭାବନା ରିହଛି। ଶନିବାର ଏହି ଘୂର୍ଣ୍ଣିଝଡ ଉତ୍ତର ଲୁଇସିୟାନାର ଦକ୍ଷିଣ ଓହିଓ ଆଡକୁ ବଢ଼ିପାରେ।

ଓ୍ବାଶିଂଟନ୍‌: ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼। କେଣ୍ଟକି ମେଫିଲ୍ଡ ସମେତ ଅନେକ ଅଞ୍ଚଳରେ ହୋଇଛି ଝଡ। ଯାହାଫଳରେ ଅନେକ କ୍ଷୟକ୍ଷତି ହୋଇଛି। ସବୁଠୁ ବଡ଼ କଥା ହେଲା ଏହି ଘୂର୍ଣ୍ଣିଝଡ଼ରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

କେଣ୍ଟକି ଗଭର୍ନର ଏଣ୍ଡି ବେଶିୟର ଏମର୍ଜେନ୍ସି ଘୋଷଣା କରି କହିଛନ୍ତି, ଉଦ୍ଧାରକାରୀ ଦଳ ସ୍ଥାନୀୟ ଅଞ୍ଚଳରେ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ମେଫିଲ୍ଡ ଅଞ୍ଚଳରେ ମହମବତୀ କାରଖାନାରେ ଝଡ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି।

ପାଣିପାଗ ବିଭାଗର ସୂଚନାନୁସାରେ, ପାଞ୍ଜଟି ରାଜ୍ୟ ଆର୍କସସ, ଇଲିନୋଇସ, କେଣ୍ଟୁକି, ମିସୌରୀ ଏବଂ ଟେନେସିରେ ଅତି କମ୍‌ରେ ୨୪ଟି ଘୂର୍ଣ୍ଣିଝଡ ହେବା ସମ୍ଭାବନା ରହିଛି।

ସେହିପରି ଆର୍କସସର ଅଧିକାରୀଙ୍କ କହିବା ମୁତାବକ, ପାଣିପାଗ ଆହୁରି ଅଧିକ ବିଗିଡିବା ସମ୍ଭାବନା ରିହଛି। ଶନିବାର ଏହି ଘୂର୍ଣ୍ଣିଝଡ ଉତ୍ତର ଲୁଇସିୟାନାର ଦକ୍ଷିଣ ଓହିଓ ଆଡକୁ ବଢ଼ିପାରେ। ପୂର୍ବ ଆମେରିକାରେ ପ୍ରବଳ ବର୍ଷା ହେବା ମଧ୍ୟ ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।

Leave A Reply

Your email address will not be published.