Odisha Link
Bridging the Missing Links in Odisha

କଶ୍ମୀର ପଣ୍ଡିତଙ୍କୁ କାହିଁକି କ୍ଷମା ମାଗିଲେ ଫାରୁକ ଅବଦୁଲ୍ଲା ?

ଶ୍ରୀନଗର: ଭୁଲ୍‌ ମାଗିଲେ ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା। କଶ୍ମୀର ପଣ୍ଡିତମାନଙ୍କୁ କ୍ଷମା ମାଗିଛନ୍ତି ଫାରୁକ ଅବଦୁଲ୍ଲା। ୯୦ ଦଶକରେ କଶ୍ମୀର ପଣ୍ଡିତମାନଙ୍କୁ ହତ୍ୟା କରାଯାଉଥିବା ବେଳେ ସେମାନଙ୍କୁ ସୁରକ୍ଷା ଦିଆଯାଇ ପାରି ନଥିବାରୁ ସେ ଆଜି କ୍ଷମା ମାଗିଛନ୍ତି। ନ୍ୟାଶନାଲ କନଫରେନ୍ସର ସଂଖ୍ୟାଲଘୁ ସେଲ୍‌ ପକ୍ଷରୁ ଆୟୋାଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଫାରୁକ୍‌ ଅବଦୁଲ୍ଲା କ୍ଷମା ପ୍ରାର୍ଥନା କରିଛନ୍ତି।

ଏନ୍‌ସି କ୍ଷମତାରେ ଥିବା ବେଳେ କଶ୍ମୀର ପଣ୍ଡିତମାନଙ୍କୁ ଉପତ୍ୟାକାକୁ ଫେରାଇ ଆଣିବା ପାଇଁ ପ୍ରୟାସ କାରାଯାଇଥିଲା। କିନ୍ତୁ କିଛି ଗୋଷ୍ଠୀ ଏହି ପ୍ରକ୍ରିୟାରେ ବାଧା ସୃଷ୍ଟି କରି ପଣ୍ଡିତମାନଙ୍କୁ ହତ୍ୟା କରିଥିଲେ। ଦେଶାନ୍ତର ପରେ କଶ୍ମୀର ପଣ୍ଡିତମାନେ ଅକଥନୀୟ ନିର୍ଯାତନାର ଶିକାର ହୋଇଛନ୍ତି। ସେମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ ବର୍ଣ୍ଣନା କରି ହେବ ନାହିଁ ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ,, ଯେଉଁମାନେ କଶ୍ମୀର ପଣ୍ଡତମାନଙ୍କୁ ଆଶ୍ରୟ ଦେଇଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଆମ ସମସ୍ତଙ୍କୁ ମନ ସଫା କରିବାକୁ ପଡ଼ିବ। ଜମ୍ମୁ ଓ କଶ୍ମୀରକୁ ବଞ୍ଚାଇବାକୁ ପଡ଼ିବ। ରାଜନୈତିକ ଫାଇଦା ପାଇଁ ଆମକୁ ଯେମିତି କେହି ବ୍ୟବହାର କରିପାରିବେ ନାହିଁ, ସେଥିପାଇଁ ସତର୍କ ହେବା ଉଚିତ୍‌’ ବୋଲି ଫାରୁକ୍ ସେ ଆହୁରି ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି କଶ୍ମୀର ପଣ୍ଡିତମାନଙ୍କୁ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଛି। ସେମାନଙ୍କ ପାଇଁ ଦଳ କିଛି କରି ନାହିଁ।କହିଛନ୍ତି।

କିଛି ଶକ୍ତି କଶ୍ମୀର ପଣ୍ଡିତ ଓ ମୁସଲମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ସେମାନଙ୍କୁ ଭାଗ ଭାଗ କରିବା ପାଇଁ ଲାଗିଛନ୍ତି। ଏ କାମ ମୁସଲମାନର ନୁହେଁ, ବରଂ ନିଜ ସ୍ୱାର୍ଥ ପାଇଁ ଚିନ୍ତା କରୁଥିବା ବ୍ୟକ୍ତି କରୁଛନ୍ତି। ସେମାନଙ୍କ ଉଦ୍ୟମ ଯେପରି ସଫଳ ହେବନି, ସେଥିପାଇଁ ମୁଁ ଆଶ୍ୱସନା ଦେଉଛି ବୋଲି ଫାରୁକ୍‌ କହିଛନ୍ତି।

Leave A Reply

Your email address will not be published.