ଜାନୁଆରୀ ୩ରୁ ପିଲାଙ୍କୁ ଟିକା

ନୂଆଦିଲ୍ଲୀ: ବଡ଼ଦିନରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଉଥିବା ଓମିକ୍ରନ୍କୁ ନେଇ ଦେଶମାସୀଙ୍କୁ ସତର୍କ କରାଇଛନ୍ତି ପିଏମ୍ ମୋଦି। ଜାନୁଆରୀ ୩ ତାରିଖରୁ ଦେଶରେ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଭ୍ୟାକସିନ୍ ଦିଆଯିବ ବୋଲି ପିଏମ୍ ମୋଦି ବଡ଼ ଘୋଷଣା କରିଛନ୍ତ। ଏଥିସହିତ ଜାନୁଆରୀ ୧୦ ତାରିଖରୁ ସ୍ବାସ୍ଥ୍ୟ କର୍ମୀ ତଥା ଫ୍ରଣ୍ଟ ଲାଇନ୍ ଓ୍ବାର୍କରମାନଙ୍କୁ ବୁଷ୍ଟର ଡୋଜ୍ ଭ୍ୟାକସିନ୍ ଦିଆଯିବ ବୋଲି ପିଏମ୍ ମୋଦି ବଡ଼ ଘୋଷଣା କରିଛନ୍ତି।
ମୋଦି ଆହୁରି କହିଛନ୍ତି, ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି କରୋନା ସଂକ୍ରମଣ। ଏ ନେଇ ଆମକୁ ସାବଧାନ ରହିବାକୁ ହେବ। କରୋନା ବିରୋଧରେ ଭାରତର ଲଢେଇ ଆରମ୍ଭରୁ ହିଁ ବୈଜ୍ଞାନିକ ପଦ୍ଧତି ଦ୍ବାରା ଆଧାରିତ । ଟିକାକରଣ ଆରମ୍ଭରୁ ହିଁ ବିଶେଷଜ୍ଞଙ୍କ ପରାମର୍ଶ ଦ୍ବାରା କେଉଁମାନଙ୍କୁ ପ୍ରଥମେ ଟିକାକରଣ କରାଯିବ, କୋଭିଡ ହୋଇଥିବା ବ୍ୟକ୍ତି କେବେ ଟିକା ନେବେ ଇତ୍ୟାଦି ସ୍ପଷ୍ଟ କରାଯାଇଥିଲା। ଦେଶରେ ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧିପାଇଛି। ବୟସ୍କ ଜନସଂଖ୍ୟା ମଧ୍ୟରୁ ୯୦ ପ୍ରତିଶତଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି। ବିଶ୍ବର ସର୍ବବୃହତ ଟିକାକରଣ ଅଭିଯାନ ଭାରତରେ ଜାରି ରହିଛି ବୋଲି ମୋଦି କହିଛନ୍ତି।
ଦେଶରେ ବର୍ତ୍ତମାନ ସୁଦ୍ଧା ୧୪୧ କୋଟି ଡୋଜ୍ ଭ୍ୟାକସିନ ଦିଆସରିଛି । ୧୮ ଲକ୍ଷ ଆଇସୋଲେସନ ବେଡ୍ ପ୍ରସ୍ତୁତ ରହିଛି । ଏହା ସହିତ ୧.୪୦ ଲକ୍ଷ ଆଇସିୟୁ ବେଡ୍, ୯୦ ହଜାର ପେଡିଏଟଅିକ୍ ଆଇସିୟୁ ଏବଂ ନନ୍ ଆଇସିୟୁ ପ୍ରସ୍ତୁତ ରହିଛି । ୩ ହଜାର ଅକ୍ସିଜେନ୍ ପ୍ଲାଣ୍ଟ, ୪ ଲକ୍ଷ ଅକ୍ସିଜେନ୍ ସିଲିଣ୍ଡର ମଧ୍ୟ ବଣ୍ଟନ କରାଯାଇଛି ବୋଲି ପିଏମ୍ ମୋଦି କହିଛନ୍ତି।