ସାରା ରାଜ୍ୟରେ ୯ ଦିନିଆ କଟକଣା

ଭୁବନେଶ୍ବର: କରୋନାର ନୂଆ ଭ୍ୟାରିଆଣ୍ଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ବର ୯୦ରୁ ଅଧିକ ଦେଶରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରୁ ଏପର୍ଯ୍ୟନ୍ତ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଗକୁବଡ଼ଦିନ ଓ ନୂଆବର୍ଷ ପଡ଼ୁଥିବାରୁ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା।
ଆସନ୍ତାକାଲି ବଡ଼ଦିନ ପାଳନକୁ କେବଳ ଚର୍ଚ୍ଚ ଭିତରେ ହିଁ ସୀମିତ ରଖାଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ ବଡ଼ଦିନ ପାଳନ କରିବାକୁ କୁହାଯାଇଛି। ସେହିଭଳି ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି।
ନୂଆ ବର୍ଷକୁ ସ୍ୱାଗତ କରିବାକୁ ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ କୌଣସି ପ୍ରକାର କାର୍ଯ୍ୟକ୍ରମ କରାଯାଇପାରିବ ନାହିଁ। ସମସ୍ତ ପ୍ରକାର ମିଳିତ ଭୋଜି ଉପରେ କଟକଣା ଲାଗୁ କରାଯାଇଛି। କାଲିଠାରୁ ଜାନୁଆରୀ ୨ ତାରିଖ ମଧ୍ୟରେ ସମସ୍ତ ପ୍ରକାର ରାଲି, ନାଚ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ମନା କରାଯାଇଛି।