Odisha Link
Bridging the Missing Links in Odisha

ଓଡ଼ିଶା ହାଇକୋର୍ଟ: ଶପଥ ନେଲେ ୨ ନୂଆ ବିଚାରପତି

ଓଏଲ୍‌ ବ୍ୟୁରୋ: ଓଡ଼ିଶା ହାଇକୋର୍ଟରେ ଶପଥ ନେଲେ ୨ ନୂଆ ବିଚାରପତି। ଆଜି ନୂଆ ବିଚାରପତି ଜଷ୍ଟିସ ଗୌରୀ ଶଙ୍କର ଶତପଥୀ ଓ ଜଷ୍ଟିସ ଚିତ୍ତ ରଞ୍ଜନ ଦାସ ଶପଥ ନେଇଛନ୍ତି। ମୁଖ୍ୟ ବିଚାରପତି ଦୁଇ ନୂଆ ବିଚରପତିଙ୍କ ଶପଥ ପାଠ କରାଇଛନ୍ତି। ତେବେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି।

ଗତକାଲି ୨ ନୂଆ ବିଚାରପତିଙ୍କୁ ନିଯୁକ୍ତି କରାଯାଇଥିବା ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ଆଇନ୍‌ ମନ୍ତ୍ରଣାଳୟ ପକ୍ଷରୁ ଦୁଇ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟରେ ନିଯୁକ୍ତ କରାଯାଇଥିବା ନେଇ ବିଜ୍ଞପ୍ତିରୁ ଜଣା ପଡ଼ିଥିଲା।

ପୂର୍ବରୁ ଦୁଇ ଜୁଡ଼ିସିଆଲ ଅଫିସରଙ୍କୁ ବିଚାରପତି ଭାବେ ନିଯୁକ୍ତ କରିବାକୁ ସୁପାରିଶ କରାଯାଇଥିଲା।ସୁପ୍ରିମ୍‌କୋର୍ଟ କଲେଜିୟମ ପକ୍ଷରୁ ନାମ ସୁପାରିଶ ହୋଇଥିବା ସୂଚନା ମିଳିଥିଲା। ଗୌରୀ ଶଙ୍କର ଶତପଥୀ ଓ ଚିତ୍ତ ରଞ୍ଜନ ଦାସଙ୍କ ନାଁ ସୁପାରିଶ କରିଥିଲା କଲେଜିୟମ।

Leave A Reply

Your email address will not be published.