Odisha Link
Bridging the Missing Links in Odisha

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ସଂସଦର ଶୀତକାଳୀନ ଅଧିବେଶନ ଚାଲୁ ରହିଛି। ଏହି ସମୟରେ ଦେଶର ବିିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି ନେତା। ଏସୁବ ମଧ୍ୟରେ ବିଜେଡିର ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି ।

ରାୟପୁରଠାରୁ ବିଶାଖାପାଟଣା ଭାରତମାଳା ରାସ୍ତାରେ ନବରଙ୍ଗପୁର ଜିଲ୍ଲାର ଧୋଡ୍ରା ପଞ୍ଚାୟତର ପିପଲପଦରଠାରେ ଅନ୍ୟ ଏକ ଚେକିଂ ପୋଷ୍ଟ(ଇଣ୍ଟର-ଚେଞ୍ଜ) କରିବାକୁ ସେ କହିଛନ୍ତି । ଏନେଇ ସେ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଲିଖିତ ଭାବେ ଜଣାଇଛନ୍ତି।

ଏହି ରାସ୍ତାରେ ନବରଙ୍ଗପୁର ଜିଲାରେ ୬ଟି ଚେକିଂ ପୋଷ୍ଟ କରାଯାଇଛି, ଯେଉଁଠାରେ ଯାନବାହାନ ରହିପାରିବ। ତେବେ ଟ୍ରାଫିକର ସୁଗମ ପାଇଁ ପିପଲପଦର ଓଭରବ୍ରିଜ ପାର୍ଶ୍ବର ଲିଙ୍କରାସ୍ତା ରହିଥିବାରୁ ଏଠାରେ ଚେକିଂ ପୋଷ୍ଟ କରିବାକୁ ଦର୍ଶାଇଛନ୍ତି। ଏହା ରାଜ୍ୟ ରାଜପଥର ଧୋଡ୍ରାଠାରୁ ପିପଲପଦର ୩ କିଲୋମିଟର ଦୂରତା ରହିଛି। ତେବେ ଅନୁସୂଜିତ ଜାତି ଓ ଜନଜାତି ଅଧ୍ୟୁସିତ ଏହି ଜିଲାର ଜନସାଧାରଣଙ୍କର ମହତ ସ୍ୱାର୍ଥ ପାଇଁ ଏହି ଅନୁରୋଧ ସ୍ୱୀକାର କରି ପଦକ୍ଷେପ ନେବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.