Odisha Link
Bridging the Missing Links in Odisha

ନୂଆବର୍ଷକୁ ବିଶ୍ବବ୍ୟାପି ସ୍ବାଗତ

ଓଏଲ୍‌ ବ୍ୟୁରୋ: ବିଦାୟ ନେଇଛି ୨୦୨୨। ଏଥିସହିତ କାନ୍ଥରେ ଲାଗିିଛି ନୂଆ କ୍ୟାଲେଣ୍ଡର। ନୂଆ ଉତ୍ସାହ ନୂଆ ସମ୍ଭାବନା ସହ ଆରମ୍ଭ ହୋଇଛି ୨୦୨୩ ବର୍ଷ। ଭାରତ ସମେତ ସାରା ବିଶ୍ବ ସ୍ବାଗତ କରିଛି ନୂଆବର୍ଷକୁ।ନୂଆ ଉଦ୍ଦୀପନାରେ ୨୦୨୩ର ଆଗମନକୁ ଉତ୍ସବ ଭଳି ଧୁମ୍‌ଧାମରେ ପାଳନ କରାଯାଇଛି।

ଭାରତ ପୂର୍ବରୁ ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ଟୋଙ୍ଗା ସାମୋଆ, କିରିବାଟି ଭଳି ଦେଶରେ ପ୍ରଥମେ(ଭାରତୀୟ ସମୟ ଡିସେମ୍ବର ୩୧ ଅପରାହ୍ନ ୩ଟା ୩୦ରେ) ନୂଆବର୍ଷକୁ ସ୍ବାଗତ କରାଯାଇଥିଲା। ସେହିପରି ନ୍ୟୁଜିଲାଣ୍ଡସ୍ଥିତ ଓକ୍‌ଲ୍ୟାଣ୍ଡର ପ୍ରସିଦ୍ଧ ସ୍କାଏ ଟାଓ୍ବାର ଆଲୋକମାଳା, ସାଜସଜ୍ଜାରେ ଝଲସି ଉଠିଥିଲା। ସେପଟେ ରୁଷୀୟ ମହାକାଶଚାରୀ ମହାକାଶରେ ଥାଇ ନୂଆବର୍ଷ ପାଳିବା ସହ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନକୁ ସଜାଇଥିଲେ।

କରୋନା କଟକଣା ଦୂର ହୋଇ ଯାଇଥିଲେ ବି ଭୟ ଛାତିରୁ ଲିଭିନି।ଆଶା କରୁଛୁ ଆଉ ସେ ଦିନ ନ ଫେରୁ, ଆଉ ସେ ଯନ୍ତ୍ରଣା ଜର୍ଜରିତ ସମୟ ନ ଆସୁ ୨୦୨୨ ଭଳି ୨୦୨୩ରେ ବି କଟକଣା ମୁକ୍ତ ରହୁ। ଆପଣଙ୍କୁ ଓଡ଼ିଶା ଲିଙ୍କ୍‌ ତରଫରୁ ନୂଆବର୍ଷର ଅନେକ ଅନେକ ଶୁଭେଚ୍ଛା।

Leave A Reply

Your email address will not be published.