Odisha Link
Bridging the Missing Links in Odisha

ଦୂଷିତ ଜଳ ନେଉଛି ପ୍ରତିଦିନ ହଜାରେରୁ ଉର୍ଦ୍ଧ୍ବ ଜୀବନ

ସବୁଠୁ ଚିନ୍ତାଜନକ କଥା ଏହାକି ଯେ, ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି।

ଓଏଲ୍‌ ବ୍ୟୁରୋ: ଆଜି ସାରା ବିଶ୍ବ ପାଳନ କରୁଛି ‘ବିଶ୍ୱ ଜଳ ଦିବସ’। ସବୁ ଜୀବ ଜଳରୁ ସୃଷ୍ଟି, ତେଣୁ ଜଳ ହିଁ ଜୀବନ ବୋଲି ଆମେ ସମସ୍ତେ ଜାଣିଛୁ। ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ୱ ଜଳ ଦିବସ ରୂପେ ପାଳନ କରାଯାଉଛି। ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷ ଏହାର ଥିମ୍‌ ହେଉଛି “ଜଳ ଏବଂ ପରିମଳ ସଙ୍କଟ ସମାଧାନ ପାଇଁ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବା”।

ପାଣି ଜୀବନ ବଞ୍ଚାଏ ବୋଲି ତ ସମସ୍ତେ ଜାଣିଛନ୍ତି। ହେଲେ ପାଣି ଆପଣଙ୍କ ଜୀବନ ବି ନେଇପାରେ ବୋଲି କେବେ ଭାବିଛନ୍ତି କି। ବିଶୁ୍ଦ୍ଧ ଜଳ ପାଇଁ ଜୀବନ ବଞ୍ଚୁଥିବା ବେଳେ ଅପରିଷ୍କାର ଜଳ ପାଇଁ ପ୍ରତିଦିନ ହଜାର ହଜାର ମଣିଷଙ୍କ ଜୀବନ ଯାଉଛି। ନିକଟରେ ପ୍ରକାଶି ପାଇଥିବା ୟୁନିସେଫର ତଥ୍ୟ ଅନୁଯାୟୀ ଅପରିଷ୍କାର ଜଳ ପାଇଁ ପ୍ରତିଦିନ ୫ବର୍ଷରୁ କମ୍ ବୟସର ହଜାରେ ଶିଶୁଙ୍କର ମୃତ୍ୟୁ ହେଉଛି। ଅପରିଷ୍କାର ପାଣି ପିଇବାରୁ ବଢୁଛି ଜଳ ଜନିତ ରୋଗ। ଅପରିଷ୍କାର ଜଳ ବ୍ୟବହାର କରିବା ଦ୍ୱାରା କୋଲେରା, ଟାଇଫଏଡ, ଓ ହେପାଟାଇଟିସ-ଏରେ ଆକ୍ରାନ୍ତ ହେବାର ଆଶଙ୍କା ବଢ଼ୁଛି।

ସବୁଠୁ ଚିନ୍ତାଜନକ କଥା ଏହାକି ଯେ, ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ସାରା ବିଶ୍ବରେ ଭୂତଳ ଜଳସ୍ତର ଧିରେ ଧିରେ କମିବାରେ ଲାଗିଲାଣି।ଏପରିକି ମୁଣ୍ଡପିଛା ବ୍ୟବହାର ଉପଯୋଗୀ ଜଳର ପରିମାଣ କମିବାରେ ଲାଗିଛି।୧୯୪୭ ପରେ ପ୍ରାୟ ୭୫ ପ୍ରତିଶତ ଜଳ ହ୍ରାସ ପାଇଛି ।

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି। ଓଡିଶାର ୬ଟି ବ୍ଲକରେ କମିଛି ଭୂତଳ ଜଳସ୍ତର। ବାଲେଶ୍ୱରର ବାଲିଆପାଳ , କେନ୍ଦ୍ରାପଡାର ଗରଦପୁର ,ଯାଜପୁରର କୋରେଇ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଓ ବୋଲଗଡ ଏବଂ ନୂଆପଡାରେ ଭୂତଳ ଜଳସ୍ତର କମିଛି। ଏହି ସବୁ ଅଞ୍ଚଳରେ ଯେତିକି ଜଳ ଭୂତଳକୁ ଯାଉଛି ତାଠାରୁ ଅଧିକ ମାତ୍ରାର ଜଳ ଉତ୍ତୋଳନ କରାଯାଉଛି। ଭୁବନେଶ୍ୱରରେ ୧୦ ମିଟର ତଳକୁ ଜଳ ନିମ୍ନଗାମୀ ହୋଇଛି।

Leave A Reply

Your email address will not be published.