Odisha Link
Bridging the Missing Links in Odisha

ଏଥର ଓଡ଼ିଆ ଭାଷାରେ ପ୍ରସାରିତ ହେବ ଆଇପିଏଲ

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ ତମ ସଂସ୍କରଣ। ପୂର୍ବ ସଂସ୍କରଣଠୁ ଚଳିିତ ସଂସ୍କରଣ ସବୁଠୁ ନିଆରା କାରଣ ଏଥର ୧୨ ଟି ଆଞ୍ଚଳିକ ଭାଷାରେ ପ୍ରସାରିତ ହେବ ଆଇପିଏଲ। ଆଉ ସବୁଠୁ ବଡ଼ କଥା ହେଲା ଏଥର ଓଡ଼ିଆ ଭାଷାରେ ମଧ୍ୟ ଖେଳ ବିବରଣୀ ପାଇପାରିବେ ଓଡ଼ିଆ ଦର୍ଶକ।

ଜିଓ ସିନେମା ଆପରେ ଚଳିତ ଆଇପିଏଲର ମ୍ୟାଚଗୁଡ଼ିକ ଇଂରାଜୀ ଓ ହିନ୍ଦୀ ସହିତ ମୋଟ ୧୨ଟି ଭାଷାରେ ପ୍ରସାରିତ ହେବ। ସେଥିମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ। ଟୁର୍ଣ୍ଣାମେଣ୍ଟ ସମସ୍ତ ମ୍ୟାଚକୁ କେବଳ ଓଡ଼ିଆରେ ପ୍ରସାରଣ ବା କମେଣ୍ଟ୍ରି ହେବ ନାହିଁ ବରଂ ଗ୍ରାଫିକ ଠାରୁ ଆରମ୍ଭ କରି ପ୍ୟାନେଲ ଡିସକସନ ପର୍ଯ୍ୟନ୍ତ ସବୁ କିଛି ଓଡ଼ିଆ ଭାଷା ହିଁ କରାଯିବ।

କଟକ ତ୍ରିଶୂଳିଆର ସୁମିତ୍‌ ଧାୱନ୍‌ଙ୍କ ପତ୍ନୀ ଲୋରିଆ ମହାନ୍ତି ଜଣେ ଭଲ ଓଡ଼ିଆ ଆଙ୍କର୍‌ ଭାବେ ପରିଚିତ। ୧୨ ବର୍ଷ ହେଲା ଆଙ୍କରିଂ କରି ଆସୁଥିବା ଲୋରିଆ ଚଳିତବର୍ଷ ଆଇପିଏଲ୍‌ ସିଜିନ୍-୧୬ରେ ଆଙ୍କରିଂ କରିବେ। ମ୍ୟାଚ୍‌ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡ଼ିଆ ଡିବେଟ୍‌ ପ୍ୟାନେଲ୍‌ ‘ମ୍ୟାଚ୍‌ ସେଣ୍ଟର ଲାଇଭ୍‌ ଆଲୋଚନାରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗଦେବେ। ଏହି ପ୍ୟା‌ନେଲ୍‌ରେ ଆଙ୍କର ଭାବରେ ନଜର ଆସିବେ କଟକ ଝିଅ ଲୋରିଆ।

Leave A Reply

Your email address will not be published.