Odisha Link
Bridging the Missing Links in Odisha

କୁନୋ ଜାତୀୟ ଉଦ୍ୟାନରୁ କମୁଛି ଚିତା ସଂଖ୍ୟା, ଜାଣନ୍ତୁ କଣ ହୋଇପାରେ ଏହାର କାରଣ

ହେଲେ ଧୀରେ ଗୋଟେ ପରେ ଗୋଟେ ଚିତାଙ୍କ ମୃତ୍ୟୁ ହେବା ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଓଏଲ୍‌ ବ୍ୟୁରୋ: କମୁଛି କୁନୋ ଜାତୀୟ ଉଦ୍ୟାନରୁ ଚିତା ସଂଖ୍ୟା। ପୂର୍ବରୁ ୩ ଚିତାଙ୍କ ମୃତ୍ୟୁ ହୋଇଥିବାବେଳେ ବର୍ତ୍ତମାନ ୩ ଚିତା ଶାବକଙ୍କ ମୃତ୍ୟୁ ଖବରକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଗତବର୍ଷ ଆଫ୍ରିକା ମହାଦେଶର ନାମିବିଆରୁ ଭାରତକଳୁ ଆସିଥିଲା ୮ ଚିତା। ହେଲେ ଧୀରେ ଗୋଟେ ପରେ ଗୋଟେ ଚିତାଙ୍କ ମୃତ୍ୟୁ ହେବା ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଖବର ଅନୁସାରେ, ଗତ ଜାନୁଆରୀ ୨୩ ତାରିଖରୁ ଚିତା ଶାଶା ଅସୁସ୍ଥ ଥିଲା ଏବଂ ପରେ ମୃତ୍ୟୁ ହୋଇଥିଲା। ଦକ୍ଷିଣ ଆଫ୍ରିକାରୁ ଆସିଥିବା ପୁରୁଷ ଚିତା ଉଦୟର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରେ ଚିତା ‘ଧୀରା’ର ଅସୁସ୍ଥତା ନୁହେଁ ବରଂ ଅନ୍ୟ ଚିତା ସହ ଲଢେଇ କାରଣରୁ ମୃତ୍ୟୁ ହୋଇଥିଲା।

୩ଟି ଚିତାଙ୍କ ମୃତ୍ୟୁ ପରେ ସେମାନଙ୍କ ସୁରକ୍ଷାକୁ ଚିନ୍ତା ବଢ଼ିବାରେ ଲାଗିଛି। ଅତ୍ୟଧିକ ଗରମ ଯୋଗୁଁ ଭାରତରେ ଚିତା ଛୁଆ ବଂଚିବା ସମ୍ଭବ ହୋଇପାରୁନଥିବା କୁହାଯାଉଛି। କୁନୋ ଜାତୀୟ ଉଦ୍ୟାନରେ ମେ ୨୩ରେ ଗୋଟିଏ ଛୁଆର ମୃତ୍ୟୁ ହୋଇଥିଲା। ଗୁରୁବାର ଆଉ ୨ ଚିତା ଛୁଆଙ୍କ ମୃତ୍ୟୁ ହୋଇଛି।