Odisha Link
Bridging the Missing Links in Odisha

ଲାଞ୍ଚ ନେବା ହେଲା କାଳ, ଭିଜିଲାନ୍ସ ପଞ୍ଝାରେ ଧରାପଡ଼ିଲେ ବରଗଡ଼ ପଦ୍ମପୁର ଆରଆଇ

ମୁଣ୍ଡୋମହୁଲ ଗାଁର ପ୍ରସନ୍ନ ବରିହାଙ୍କଠୁ ଲାଞ୍ଚ ନେଉଥିଲେ ଆରଆଇ ଦାମୋଦର ସୁନା।

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଓଡ଼ିଶା ଭିଜିଲାନ୍ସ ହାତରେ ବରଗଡ଼ ପଦ୍ମପୁର ଦହିତାର ଆରଆଇ। ନକ୍ସା ତିଆରି ପାଇଁ ଲାଞ୍ଚ ନେବାବେଳେ ଧରାପଡ଼ିଛନ୍ତି। ମୁଣ୍ଡୋମହୁଲ ଗାଁର ପ୍ରସନ୍ନ ବରିହାଙ୍କଠୁ ଲାଞ୍ଚ ନେଉଥିଲେ ଆରଆଇ ଦାମୋଦର ସୁନା।

ଖବର ଅନୁସାରେ, ଆଜି ସକାଳେ ଆଉ ଜଣେ ସରକାରୀ ବାବୁ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାର ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

ତହସିଲଦାର ଚାର୍ଲସ ନାୟକଙ୍କ କରଞ୍ଜିଆ ବାସଭବନ, କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଥିଲା। କରଞ୍ଜିଆ ତହସିଲ କାର୍ଯ୍ୟାଳୟ ପରିସରରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ।

Leave A Reply

Your email address will not be published.