Odisha Link
Bridging the Missing Links in Odisha

ଭିନେଶ ଫୋଗଟଙ୍କ ବଡ଼ ନିଷ୍ପତ୍ତି, ନିଜ ମେଡାଲକୁ ଗଙ୍ଗାରେ ବିସର୍ଜନ କରିବେ ରେସଲର

ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି।

ଓଏଲ୍‌ ବ୍ୟୁରୋ: ବର୍ତମାନ ରେସଲରଙ୍କ ଆନ୍ଦୋଳନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ରବିବାର ଜନ୍ତର-ମନ୍ତରରେ ରବିବାର ଜୋରଦାର ପ୍ରଦର୍ଶନ ହୋଇଥିଲା। କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସରଣ ସିଂହଙ୍କୁ ଗିରଫ ଦାବିରେ ଜନ୍ତର-ମନ୍ତରରୁ ସଂସଦ ଭବନ ଯାଏଁ ରାଲି ବେଳେ ସଙ୍ଗୀନ ପରିସ୍ଥିତି ସୃଷ୍ଟି ହୋଇଥିଲା। କୁସ୍ତି ଖେଳାଳୀ ଏବଂ ଦିଲ୍ଲୀ ପୁଲିସ ମଧ୍ୟରେ ହାତାହାତି ସ୍ଥିତି ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି।

ଘଟଣା ସ୍ଥଳରେ ପୁଲିସ ସହ ରେସଲରଙ୍କ ମୁହାଁ ମୁହିଁ ହେବା ପରେ ପୁଲିସ ଭିନେଶ ଫୋଗଟ, ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆଙ୍କ ସମେତ ତମାମ କୁସ୍ତି ଖେଳାଳୀଙ୍କୁ ନିଜ ହେପାଜତରେ ରଖିଥିଲା। ପୁଲିସ ଧାରଣାସ୍ଥଳରେ ଧାରା ୧୪୪ ଲାଗୁ କରିଛି। ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏଠାକୁ ଆଉଥରେ ପ୍ରଦର୍ଶନକାରୀଙ୍କୁ ଫେରିବାକୁ ଦିଆଯିବ ନାହିଁ।

ତେବେ ଏହି ଘଟଣା ପରେ ରେସଲର ଭିନେଶ ଫୋଗଟଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି। ନ୍ୟାୟ ନମିଳିବାରୁ ନିଜ ମେଡାଲକୁ ଗଙ୍ଗାରେ ବିସର୍ଜନ କରିବେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଅଲିମ୍ପିକ ପଦକ ବିଜେତା ସାକ୍ଷୀ ମଲ୍ଲିକ ଟ୍ୱିଟ୍ କରି ଲେଖିଛନ୍ତି, ଆମେ ଜନ୍ତର-ମନ୍ତରରେ ଧାରଣା ଜାରିରଖିବା ପାଇଁ ଶପଥ ନେଇଛୁ। ଆମ ଆନ୍ଦୋଳନ ଶେଷ ହୋଇନାହିଁ। ଆମେ ପୁଣି ସତ୍ୟାଗ୍ରହ ଆରମ୍ଭ କରିବୁ। ଏହି ଦେଶରେ ଏକଛତ୍ରବାଦ ଚଳିବ ନାହିଁ ବରଂ ମହିଳା କୁସ୍ତି ଖେଳାଳୀଙ୍କ ସତ୍ୟାଗ୍ରହ ହେବ।

Leave A Reply

Your email address will not be published.