Odisha Link
Bridging the Missing Links in Odisha

ସାମ୍ନାକୁ ଆସିଲା ଟିମ୍‌ ଇଣ୍ଡିଆର ନୂଆ ଜର୍ସି

ଓଏଲ୍‌ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍‌ର ନୂଆ ଜର୍ସି ଉନ୍ମୋଚନ କରିଛି ଆଡିଡାସ। ଭାରତୀୟ କ୍ରିକେଟ ଦଳର ନୂଆ କିଟ୍‌ ସ୍ପନସର ଆଡିଡାସ ହେବା ପରେ ଆଜି ନୂଆ ଜର୍ସି ଉନ୍ମୋଚିତ ହୋଇଛି। ଟେଷ୍ଟ, ଦିନିକିଆ ଓ ଟ୍ବି-୨୦ ଫର୍ମାଟ ପାଇଁ ଅଲଗା ଅଲଗା ଜର୍ସି ହୋଇଛି। ଏନେଇ ଆଡିଡାସ ପକ୍ଷରୁ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି।

ଆଡିଡାସର ପ୍ରଥମ ଜର୍ସି ଭାରତୀୟ ଦଳ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲାରେ ପିନ୍ଧିବ। ଦୁନିଆର ସବୁଠୁ ବଡ଼ ସ୍ପୋର୍ଟସ୍‌ଓ୍ବେୟାର ବ୍ରାଣ୍ଡ ଆଡିଡାସ ୨୦୨୮ ପର୍ଯ୍ୟନ୍ତ ଭାରତୀୟ ଦଳର ନୂଆ କିଟ୍‌ ସ୍ପନସର ହୋଇ ରହିବ। ସେ ପର୍ଯ୍ୟନ୍ତ ଭାରତୀୟ ଦଳର ଜର୍ସିର ଡିଜାଇନ କରିବ ଆଡିଡାସ। ଇତିହାସରେ ପ୍ରଥମ ଥର ପାଇଁ ଜର୍ସିରେ ୩ଟି ଷ୍ଟ୍ରିପ୍‌ ରହିଛି। ଯାହା ଆଡିଡାସ କମ୍ପାନୀର ପରିଚୟ ଅଟେ।

ଆପଣ ଫଟୋରେ ଦେଖୁଥିବା ୩ଟି ପୋଷାକ ମଧ୍ୟରୁ ଯେଉଁଟି ଫିକା ନୀଳ ଅଛି ତାହା ଦିନିକିଆ କ୍ରିକେଟ ପାଇଁ। ଆଉ ଗାଢ଼ ନୀଳ ଥିବା ଜର୍ସିଟି ଟ୍ବି-୨୦ କ୍ରିକେଟ ପାଇଁ। ଆଉ ଧଳା ଜର୍ସିଟି ଟେଷ୍ଟ କ୍ରିକେଟ ପାଇଁ ନିର୍ମାଣ କରିଛି ଆଡିଡାସ।

ସୂଚନାଥାଉକି, ଜୁନ୍‌ ୭ ତାରିଖରୁ ଆରମ୍ଭ ହେବ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବ ହାଇଭୋଲଟେଜ ମ୍ୟାଚ୍। ଭାରତ ଲଗାତାର ଦ୍ବିତୀୟ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ପ୍ରବେଶ କରିଛି।

Leave A Reply

Your email address will not be published.