Odisha Link
Bridging the Missing Links in Odisha

ବିଜେଡି ବିଧାୟକ ବିଜେପି ଲିଙ୍କରେ ଥିବା ନେଇ ଚର୍ଚ୍ଚା, ମୁହଁ ଖୋଲିଲେ ଶକ୍ତି ମନ୍ତ୍ରୀ

ନିର୍ବାଚନ ଯେତେ ପାଖେଇ ଆସିବ, ସେମିତି ବିଭିନ୍ନ ଚର୍ଚ୍ଚା ହେବ

ଓଏଲ୍‌ ବ୍ୟୁରୋ: ବିଜେଡି ବିଧାୟକ ବିଜେପି ଲିଙ୍କରେ ଥିବା ନେଇ ମନମୋହନ ସାମଲ ନିଜର ମନ୍ତବ୍ୟ ରଖିଥିଲେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ତାଙ୍କ ବିଧାୟକ ଆମ ଲିଙ୍କରେ ଓ ଆମ ବିଧାୟକ ତାଙ୍କ ଲିଙ୍କରେ ଅଛନ୍ତି। ସେଇଟା ରାଜନୀତିରେ ସ୍ୱାଭାବିକ ପ୍ରକ୍ରିୟା। ନିର୍ବାଚନ ଯେତେ ପାଖେଇ ଆସିବ, ସେମିତି ବିଭିନ୍ନ ଚର୍ଚ୍ଚା ହେବ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।

ଅନ୍ୟପଟେ, ରାଜ୍ୟରେ ପାୱାର କଟ୍ ହେଉନି ବୋଲି ପୁଣିଥରେ କହିଛନ୍ତି ଶକ୍ତି ମନ୍ତ୍ରୀ। ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ କଟୁଛି କହିଲେ ମନ୍ତ୍ରୀ। ଏବେ ଯେଉଁ କିଛି ସ୍ଥାନରେ ୨/୪ ଘଣ୍ଟା ଲାଇନ ରହୁନି, ତାହା ଯାନ୍ତ୍ରିକ ତ୍ରୁଟି। କାଳବୈଶାଖୀ, ଓଭରଲୋଡିଂ, ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଲାଇନ ଯାଉଛି। ତାହା ଯାନ୍ତ୍ରିକ ତ୍ରୁଟି, ପାୱାର କଟ୍ ନୁହେଁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ।

Leave A Reply

Your email address will not be published.