Odisha Link
Bridging the Missing Links in Odisha

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ପରେ, ଏଇ ସବୁ ଟ୍ରେନ୍‌ ବାତିଲ

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା। ଦୁଇଟି ଏକ୍ସପ୍ରେସ୍‌ ଧକ୍କା ହେବାରୁ ୫୦ରୁ ଉର୍ଦ୍ଧ୍ବ ଜୀବନ ଚାଲିଯାଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ। ଏନେଇ ଦକ୍ଷିଣ-ପୂର୍ବ ରେଲବାଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇବା ନେଇ ଅନୁମାନ କରାଯାଉଛି।

ତେବେ ଏହି ଭୟଙ୍କର ଦୁର୍ଘଟଣା ପରେ ଭାରତୀୟ ରେଳ କିଛି ଟ୍ରେନ ଯାତ୍ରାକୁ ବାତିଲ କରି ଦିଆଯାଇଥିବା ବେଳେ କିଛିର ଗତିପଥ ବଦଳାଇ ଦିଆଯାଇଛି।
ଟ୍ରେନ୍‌ ବାତିଲ:
୧-୧୨୮୩୭ ହାଓ୍ବଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ
୨-୧୨୮୬୩ ହାଓ୍ବଡା-ଏସ୍‌ଏମଭିବି ସୁପରଫାଷ୍ଟ ଏକ୍ପପ୍ରେସ
୩-୧୨୮୩୮ ପୁରୀ-ହାଓ୍ବଡା ସୁପରଫାଷ୍ଟ ଏକ୍ସପ୍ରେସ
୪-୧୨୮୩୯ ହାଓ୍ବଡା-ଚେନ୍ନାଇ ମେଲ
୫-୧୨୮୯୫ ସାଲିମାର-ପୁରୀ ସୁପରଫାଷ୍ଟ ଏକ୍ପପ୍ରେସ
୬-୨୦୮୩୧ ସାଲିମାର-ସମ୍ବଲପୁର ଏକ୍ପପ୍ରେସ
୭-୦୨୮୩୭ ସନ୍ତରଗାଛି-ପୁରୀ ସ୍ପେସିଆଲ ଏକ୍ପପ୍ରେସ୍
୮-୨୨୨୦୧ ସେଲଧ-ପୁରୀ ଦୁରନ୍ତ ଏକ୍ସପ୍ରେସ୍
୯-୧୮୪୧୦ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ -ପୁରୀ-କୋଲକାନା
୧୦-ପୁରୀ-ଭଞ୍ଜପୁର ସ୍ପେସିଆଲ

ସେହିପରି ୨୨୮୦୭ ନଂ. ବିସିକେ ଟ୍ରେନର ଗତିପଥ ବଦଳାଯାଇ ଟାଟା ପଟେ ଛଡାଯାଇଛି। ସେହିପରି ୨୨୮୭୩ ନଂ. ପିକେୟୁର ଗତିପଥକୁ ଟାଟା ଦେଇ ଛଡାଯାଇଛି। ସେହିପରି ୧୮୪୦୯ ନଂ. ୟୁଏଲବି ଟ୍ରେନର ଗତିପଥକୁ ଟାଟା ଦେଇ ବଦଳାଯାଇଛି। ସେହିପରି ଭଦ୍ରକ ପଟୁ ଯାଉଥିବା ୧୫୯୨୯ ଆରଏନଟିଏଲ ଟ୍ରେନକୁ ଭଦ୍ରକକୁ ଫେରାଇ ଅଣାଯାଇଛି ବୋଲି ରେଳବାଇ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.