Odisha Link
Bridging the Missing Links in Odisha

ଟ୍ରେନ୍‌ ଦୁର୍ଘଟଣା: ବଢ଼ୁଛି ମୃତକଙ୍କ ସଂଖ୍ୟା, ଏବେ ସୁଦ୍ଧା ୭୦ ଶବ ଉଦ୍ଧାର ସୂଚନା

ଓଏଲ୍‌ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଭୟଙ୍କର ଟ୍ରେନ ଦୁର୍ଘଟଣା। ଦୁଇଟି ଏକ୍ସପ୍ରେସ୍‌ ଧକ୍କା ହେବାରୁ ୭୦ରୁ ଉର୍ଦ୍ଧ୍ବ ଜୀବନ ଚାଲିଯାଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ। ତେବେ ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁବା ଆଶଙ୍କା ରହିଛି।

ଗୁରୁତର ଆହତଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ବାଲେଶ୍ୱର, ଭଦ୍ରକ, ସୋର ଡାକ୍ତରଖାନାରେ ଡକ୍ତାର ନଥିବାରୁ ଚିକିତ୍ସାରେ ଅସୁବିଧା ଦେଖାଯାଉଛି। ତେବେ ସରକାରୀ ଭାବେ ମୃତାହତ ସଂଖ୍ୟା ଘୋଷଣା କରାଯାଇନାହିଁ।

ଖଡ଼ଗପୁର ଡିଆର୍‌ଏମ୍‌ ସୂଚନା ଦେଇ କହିଛନ୍ତି, ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। କିଛି ସମୟ ପରେ ସେହିବାଟେ ଆସୁଥିବା ଏକ୍ସପ୍ରେସ ଧକ୍କା ହୋଇଥିଲା। ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା।

ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଛି। ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି। ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ୫୦ଟି ଆମ୍ବୁଲାନ୍ସ ଥିଲେ ମଧ୍ୟ ଆହତଙ୍କ ସଂଖ୍ୟା ବେଶ୍ ଅଧିକ ଥିବାରୁ ବସ୍ ଯୋଗେ ଯାତ୍ରୀଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାର ଯୋଜନା କରୁଥିବା ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।

Leave A Reply

Your email address will not be published.