Odisha Link
Bridging the Missing Links in Odisha

ଡେରିରେ କେରଳ ଛୁଇଁବ ମୌସୁମୀ! ଚାଷକାର୍ଯ୍ୟ ବିଳମ୍ବ ହେବାର ସମ୍ଭାବନା

ଏହା ଲଘୁଚାପ ହୋଇ ଅବପାତ ହୋଇପାରେ।

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ସାରା ଦେଶ। ତାତିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। କେବେ କେରଳ ଛୁଇଁବ ମୌସୁମୀ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଗତକାଲି କେରଳରେ ହୋଇଥିବା ବର୍ଷା କାଳବୈଶାଖୀ ଜନିତ। ବର୍ତ୍ତମାନ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଲଘୁଚାପ ହୋଇ ଅବପାତ ହୋଇପାରେ। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନୀ ଡକ୍ଟର ନରେଶ କୁମାର।

ପୁର୍ବରୁ, ଜୁନ୍‌ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି କୁହାଯାଉଥିଲା। ମୌସୁମୀ ସବଳ ହେଲେ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା ଥିଲା। ଯେହେତୁ ଏପର୍ଯ୍ୟନ୍ତ ମୌସୁମୀ କେରଳ ଛୁଇଁ ନାହିଁ ତେବେ କେବେ କେରଳ ଛୁଇଁବ ମୌସୁମୀ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଦେଶରେ ଚାଷୀ ଭାଇମାନେ ବିଶେଷ ଭାବେ ମୌସୁମୀ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ତେଣୁ ମୌସୁମୀ ପହଂଚିବା ପରେ ଯାଇ ଚାଷୀ ଭାଇମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥାନ୍ତି। ପାଣିପାଗ ବିଭାଗର ପୂର୍ବନାନୁମାନ ମୁତାବକ ଯଦି ମୌସୁମୀ ଆସିବା ଡେରି ହୁଏ ତେବେ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହିଥିବା ସୂଚନା ରହିଛି।