Odisha Link
Bridging the Missing Links in Odisha

ଛତିଶଗଡ଼ ମହାନଦୀରେ ଛାଡ଼ିଲା ପାଣି, କଲମା ବ୍ୟାରେଜରେ ଚାଲିଛି ଜଳ ନିଷ୍କାସନ

୫ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ।

ଓଏଲ୍‌ ବ୍ୟୁରୋ: ଛତିଶଗଡ଼-ଓଡ଼ିଶା ମଧ୍ୟରେ ଲାଗିରହିଛି ମହାନଦୀ ଜଳବିବାଦ। ଏହାରି ମଧ୍ୟରେ ଚଳିତ ମୌସୁମୀରେ ଛତିଶଗଡ଼ ପ୍ରଥମ କରି ମହାନଦୀରେ ପାଣି ଛାଡ଼ିଛି। ଗତକାଲି ଠାରୁ ଛତିଶଗଡ଼ ମହାନଦୀକୁ ଜଳ ନିଷ୍କାସନ କରୁଛି। କଲମା ବ୍ୟାରେଜର ୫ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ। କଲମା ବ୍ୟତୀତ କଲୋ ନଦୀର ଲାଖା ଠାରେ ମଧ୍ୟ ପାଣି ଛାଡ଼ିଛି ଛତିଶଗଡ଼।

ଖବର ଅନୁସାରେ, ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲ ଟିମ୍ ଓଡ଼ିଶା-ଛତିଶଗଡ଼ ଗସ୍ତ କରିଥିଲେ। ମହାନଦୀ ଜଳ ସ୍ତର ସହ ସ୍ତିତି ନିରୀକ୍ଷଣ କରିବା ପାଇଁ ଟ୍ରିବ୍ୟୁନାଲ ଟିମ୍ ପ୍ରଥମେ ଛତିଶଗଡ଼ ପରେ ଓଡ଼ିଶା ଗସ୍ତ କରିଥିଲେ।