Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ଡିଏସଡବ୍ଲୁ ଅଧିକାରୀ, ୧୧ଟି ସ୍ଥାନରେ ଚାଲିଛି ଚଢ଼ାଉ

୫ ଦିନ ହେଲା ଜୟନ୍ତୀ ବେହେରା ଭୁବନେଶ୍ବରକୁ ବଦଳି ହୋଇ ଆସିଥିଲେ।

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ। ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସରକାରୀ ଅଧିକାରୀ ଜଣକ ହେଲେ ଭଦ୍ରକର ପୂର୍ବତନ ଡିଏସଡବ୍ଲୁ ଅଧିକାରୀ ଜୟନ୍ତୀ ବେହେରା। ପୂର୍ବରୁ ସେ ଭଦ୍ରକର ଡିଏସଡବ୍ଲୁ ଅଧିକାରୀ ଭାବେ କାମ କରୁଥିଲେ। ୫ ଦିନ ହେଲା ଜୟନ୍ତୀ ବେହେରା ଭୁବନେଶ୍ବରକୁ ବଦଳି ହୋଇ ଆସିଥିଲେ। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ବାଲେଶ୍ବର, ଭଦ୍ରକ ଓ ଭୁବନେଶ୍ବର ସମେତ ୧୧ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ହୋଇଛି। ଏହି ଚଢ଼ାଉ ସମୟରେ ଭିଜିଲାନ୍ସ ବିଭାଗର ବିଭିନ୍ନ ଅଫିସର ସାମିଲ ରହିଛନ୍ତି।

Leave A Reply

Your email address will not be published.