Odisha Link
Bridging the Missing Links in Odisha

ବଢୁଛି ରାଜନୈତିକ ଚର୍ଚ୍ଚା, ୫-ଟି ସଚିବଙ୍କୁ ବିଜେପିର ତୀବ୍ର ବିରୋଧ!

ପାରାଦୀପ ଏଡିଏମ୍‌ ଅଫିସ ଆଗରେ କଳା ପୋଷାକ ପିନ୍ଧି ବିରୋଧ

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ ତେଜୁଛି ବିବାଦ। ଆଜି ୫ଟି ସଚିବଙ୍କ ଜଗତସିଂହପୁର ଜିଲ୍ଲା ଗସ୍ତରେ ଯାଇଥିବାବେଳେ ଏହାକୁ ବିଜେପିର ତୀବ୍ର ବିରୋଧ। ସବୁଠି କଳା ବେଲୁନ ଉଡ଼ାଇବା ସହ କଳା ପୋଷାକ ପିନ୍ଧି ବିରୋଧ କରିଛନ୍ତି ବିଜେପି କର୍ମୀ। ଏହା ସହ ରାହାମାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ କଳା ଗଞ୍ଜି ପିନ୍ଧି ବିରୋଧ। ପାରାଦୀପ ଏଡିଏମ୍‌ ଅଫିସ ଆଗରେ କଳା ପୋଷାକ ପିନ୍ଧି ବିରୋଧ କରାଯାଇଥିବାବେଳେ କୁଜଙ୍ଗରେ କଳା ଶାଢ଼ୀ ପିନ୍ଧି ବିଜେପି ମହିଳା ମୋର୍ଚ୍ଚାର ବିରୋଧ।

ସୂଚନା ଅନୁସାରେ, ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଥିବା ଖବର ସାମ୍ନାକୁ ଆସିଥିଲା। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବ ଚିଠି ଦେଇଥିଲେ। ସାଂସଦ ଅପରାଜିତାଙ୍କ ଅଭିଯୋଗ ଆଧାରରେ ଚିଠି। ଜଣେ ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଲ୍ଲେଖ କରାଯାଇଥିଲା। ଆଇଏଏସଙ୍କ ବିରୋଧରେ ପ୍ରମାଣ ସହ ହୋଇଥିଲା ଅଭିଯୋଗ।

ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନମୋହନ ସାମଲ କରିଥିଲେ ଅଭିଯୋଗ। ପ୍ରମାଣ ଆକାରରେ ଦେଇଥିଲେ ସିଡି ଓ ପେନ ଡ୍ରାଇଭ। ୨୪ ଜୁନରେ ଲିଖିତ ଅଭିଯୋଗ କରିଥିଲେ ଅପରାଜିତା। ଚିଠିରେ ସଂଲଗ୍ନ ଅଛି ଫଟୋ, ଭିଡିଓ, ସିଡି ଓ ପେନଡ୍ରାଇଭ। କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ଅନୁ ସଚିବଙ୍କ ଚିଠି ପରେ ଅପରାଜିତା ପ୍ରତିକ୍ରିୟା ରଖିଥିଲେ ଅପରାଜିତା।

ଟୁଇଟ୍ ଯୋଗେ ପ୍ରତିକ୍ରିୟା ରଖି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଓଡ଼ିଶା ଅଫିସରଙ୍କ ନିୟମ ଉଲ୍ଲଂଘନକୁ କେନ୍ଦ୍ର ଗୁରୁତ୍ବର ସହ ନେଇଛି। କଣ୍ଡକ୍ଟ ରୁଲ୍‌ ଉଲ୍ଲଂଘନକୁ କେନ୍ଦ୍ର ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ସିଏସ ଷ୍ଟେଟ କ୍ୟାଡର କଣ୍ଟ୍ରୋଲିଂ ଅଥରିଟି, ଆକ୍ସନ ପାଇଁ ତାଙ୍କୁ କୁହାଯାଇଛି। ଆଶା କରୁଛୁ ଆଇନ ତା ବାଟରେ ଯିବ ଏବଂ ଓଡ଼ିଶା ଦେଖିବ ବୋଲି ରେଖିଛନ୍ତି ସାଂସଦ କହିଥିଲେ।

Leave A Reply

Your email address will not be published.