Odisha Link
Bridging the Missing Links in Odisha

ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ

ବନ୍ୟ ଜନ୍ତୁଙ୍କ ସଂରକ୍ଷଣ ନେଇ ସମସ୍ତ ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଶିମିଳିପାଳ ସଂରକ୍ଷିତ ଜଙ୍ଗଲରେ ୨ ବନ କର୍ମଚାରୀଙ୍କୁ ହତ୍ୟା ଘଟଣାରେ କେନ୍ଦ୍ରର ହସ୍ତକ୍ଷେପ। ଅନୁଧ୍ୟାନ ଟିମ୍‌ର ରିପୋର୍ଟ ଆଧାରରେ ନବୀନଙ୍କୁ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଚିଠି। ଇଣ୍ଟେଲିଜେନ୍ସ ନେଟୱାର୍କ, ପାଟ୍ରୋଲିଂ, କମ୍ବିଂ ବଢ଼ାଇବାକୁ କହିଲେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ବନ୍ୟ ଜନ୍ତୁଙ୍କ ସଂରକ୍ଷଣ ନେଇ ସମସ୍ତ ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ।

ଖବର ଅନୁସାରେ, ଶିମିଳିପାଳରେ ପୁଣି ବନ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଶିକାରୀ। ପରେ ବନ ବିଭାଗ ଓ ପୁଲିସ ଫୋର୍ସ ଘଟଣାସ୍ଥଳକୁ ଯାଇଥିଲେ। ଶିକାରୀଙ୍କୁ ଧରିବା ନିମନ୍ତେ ପୁଲିସ ଓ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା କହିଥିଲେ ଶିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକ। ଅନ୍ୟପକ୍ଷରେ ମାସକ ମଧ୍ୟରେ ଶିକାରୀଙ୍କ ଗୁଳିରେ ଦୁଇଜଣ ବନ କର୍ମଚାରୀଙ୍କ ମୃତ୍ୟୁକୁ ନେଇ କର୍ମଚାରୀ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ଉତ୍ତେଜନା ଦେଖାଦେଇଛି।