Odisha Link
Bridging the Missing Links in Odisha

‘ରତ୍ନଭଣ୍ଡାରରେ ପାଣି ଗଳି ଜିନିଷ ନଷ୍ଟ ହେଉଛି, ନିହାତି ଖୋଲାଯାଉ’

ଭଣ୍ଡାର ଘରେ ଯେମିତି ପାଣି ଗଳୁଛି, ଦିନେ ଏହା ଭୁଶୁଡ଼ି ପଡ଼ିବ।

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଚର୍ଚ୍ଚା ଜୋର ଧରିଥିବାବେଳେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ମନ୍ତବ୍ୟ। ସେ କହିଛନ୍ତି, ରତ୍ନଭଣ୍ଡାରରେ ପାଣି ଗଳୁଛି। ଜିନିଷ ନଷ୍ଟ ହେଉଛି, ନିହାତି ଖୋଲାଯାଉ। ଭଣ୍ଡାର ଘରେ ଯେମିତି ପାଣି ଗଳୁଛି, ଦିନେ ଏହା ଭୁଶୁଡ଼ି ପଡ଼ିବ। ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର।

ଖବର ଅନୁସାରେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଜବାବ ତଲବ ହୋଇଥିଲା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ନୋଟିସ କରିଥିଲେ ହାଇକୋର୍ଟ। ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନୋଟିସ କରାଯାଇଥିଲା। ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନୋଟିସ କରିଥିଲେ। କମିଶନ ରିପୋର୍ଟ ସାର୍ବଜନୀନ କରିବାକୁ ଆବେଦନ ଉପରେ ନୋଟିସ ଜାରି କରାଯାଇଥିଲା।

Leave A Reply

Your email address will not be published.