Odisha Link
Bridging the Missing Links in Odisha

ପ୍ରଥମ ଭାରତୀୟ ଭାବେ ବାପ-ପୁଅଙ୍କ ଓ୍ବିକେଟ ନେଲେ ଅଶ୍ବିନୀ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚ୍। ଓ୍ବେଷ୍ଟଇଣ୍ଡିଜ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ମଧ୍ୟାହ୍ନ ଭୋଜନ ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ଦଳ ୪ ଓ୍ବିକେଟ ହରାଇ ୬୮ ରନ୍‌ କରିଛି। ପ୍ରଥମ ସେସନରେ ହିଁ ଭାରତ ଓ୍ବେଷ୍ଟଇଣ୍ଡିଜ ଉପରେ ଭାରି ପଡ଼ିଛି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବିନୀ ୨ ଟି ଓ୍ବିକେଟ ନେଇଥିବା ବେଳେ ରବିନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଗୋଟିଏ ଓ୍ବିକେଟ ନେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ହିଁ ନୂଆ ଇତିହାସ ରଚିଛନ୍ତି ବରିଚନ୍ଦ୍ରନ ଅଶ୍ବିନୀ।

ପ୍ରଥମ ଭାରତୀୟ ଭାବେ ଅଶ୍ବିନୀ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଅଶ୍ବିନୀ ୧୩ ତମ ଓଭରରେ ଓ୍ବେଷ୍ଟଇଣ୍ଡିଜକୁ ପ୍ରଥମ ଝଟକା ଦେଇଥିଲେ। ତ୍ୟାଗନାରାୟଣ ଚନ୍ଦ୍ରପଲ୍‌ଙ୍କୁ ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ ଅଶ୍ବିନୀ। ଏଥିସହିତ ନିଜ ନାମରେ ଏକ ଖାସ ରେକର୍ଡ କରିଛନ୍ତି ଅଶ୍ବିନୀ। ପ୍ରଥମ ଭାରତୀୟ ବୋଲର ଭାବେ ଅଶ୍ବିନୀ ବାପା-ପୁଅ ଉଭୟଙ୍କୁ ଆଉଟ କରିବା ସଫଳ ହୋଇଛନ୍ତି। ତ୍ୟାଗନାରାୟଣ ଚନ୍ଦ୍ରପଲ୍‌ ହେଉଛନ୍ତି ଓ୍ବେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଶିବନାରାୟଣ ଚନ୍ଦ୍ରପଲଙ୍କ ପୁଅ।

Leave A Reply

Your email address will not be published.