Odisha Link
Bridging the Missing Links in Odisha

ଆସନ୍ତା ୨୬ରେ ଓଡ଼ିଶା ଆସିବେ ମହାମହିମ, ଏସସିବି ମେଡିକାଲ କଲେଜର ବାର୍ଷିକ ଉତ୍ସବରେ ଯୋଗଦେବେ

୨୬ ତାରିଖରେ ଓଡ଼ିଶା ଆସି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଗସ୍ତରେ ଯିବେ।

ଓଏଲ୍ ବ୍ୟୁରୋ: ଆସନ୍ତା ୨୬ ଅର୍ଥାତ ଜୁଲାଇ ୨୬ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ଦ୍ରୌପଦୀ ମୁର୍ମୁ। ୨୬ ତାରିଖରେ ଓଡ଼ିଶା ଆସି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଗସ୍ତରେ ଯିବେ। କଟକ ଗସ୍ତରେ ଯାଇ ଏସସିବି ମେଡିକାଲ କଲେଜରେ ଆୟୋଜିତ ଛାତ୍ର ସଂସଦର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏସସିବି ଗସ୍ତରେ ଆସୁଥିବାରୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବେ ଆୟୋଜନ କରିବା ପାଇଁ ଛାତ୍ର ସଂସଦ ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷ ପ୍ରସ୍ତୁତି ଚଳାଇଛନ୍ତି।

ଅନ୍ୟପକ୍ଷେ, ଭଦ୍ରକ ମହାବିଦ୍ୟାଳୟ ଓ ପ୍ରଶାସନ ଚଳଚଂଚଳ ହୋଇପଡ଼ିଛି, କାରଣ ଆସନ୍ତା ୨୭ ତାରିଖରେ ଭଦ୍ରକ ଗସ୍ତ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭଦ୍ରକ ମହାବିଦ୍ୟାଳୟ ଓ ପ୍ରଶାସନ ଏହାକୁ ନଜରରେ ରଖି ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

Leave A Reply

Your email address will not be published.