Odisha Link
Bridging the Missing Links in Odisha

ଦୁଇ ଦଶନ୍ଧି ହେଲା ସିରିଜ ହାରିନି ଟିମ୍‌ ଇଣ୍ଡିଆ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଭାରତ-ଓ୍ବେଷ୍ଟଇଣ୍ଡଇଜ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଏହି ଟେଷ୍ଟ ମ୍ୟାଚ୍‌ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍‌ ଓ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଇଶାନ କିଷନ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଲେ। ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଖେଳିସାରିବା ପରେ ଆସନ୍ତା ୨୦୨୩-୨୫ ଚକ୍ର ପାଇଁ ଆଜିଠୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିଛି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଚକ୍ରର ଏହା ଅଂଶବିଶେଷ ହୋଇଥିବାରୁ ଦୁଇ ଦଳ ପାଇଁ ଏହି ସିରିଜ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଓଭରଅଲ୍‌ ରେକର୍ଡ ଦୃଷ୍ଟିରୁ ଭାରତଠାରୁ ଓ୍ବେଷ୍ଟଇଣ୍ଡିଜ ସାମାନ୍ୟ ଆଗରେ ରହୁଥିଲେ ହେଁ ଗତ କିଛି ବର୍ଷର ପ୍ରଦର୍ଶନକୁ ଦେଖିଲେ ଭାରତର ପଲା ଭାରି ରହିଛି। ଓ୍ବେଷ୍ଟଇଣ୍ଡିଜ ଏହାର କ୍ରିକେଟ ଇତିହାସରେ ପ୍ରଥମଥରପାଇଁ ଦିନିକିଆ ବିଶ୍ୱକପ ଯୋଗ୍ୟତା ଅର୍ଜନରେ ବିଫଳ ହୋଇଛି। ଟେଷ୍ଟ ଫର୍ମାଟ ଭିନ୍ନ ହୋଇଥିଲେ ହେଁ ଏହି ସିରିଜରେ ଓ୍ବେଷ୍ଟଇଣ୍ଡିଜକୁ ଅନେକ କିଛି ପ୍ରମାଣିତ କରିବାର ଅଛି।

୨୪ଟି ସିରିଜରେ ମୁହାଁମୁହିଁ:

ଏହି ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୨୪ଟି ଟେଷ୍ଟ ସିରିଜ ଖେଳାଯାଇଛି। ଏଥିରୁ ଓ୍ବେଷ୍ଟଇଣ୍ଡିଜ ୧୨ଟି ଜିତିଥିବା ବେଳେ ଭାରତ ୧୦ଟି ସିରିଜରେ ବିଜୟୀ ହୋଇଛି। ଅବଶିଷ୍ଟ ୨ଟି ସିରିଜ ଡ୍ର ରହିଥିଲା। ସିରିଜ ହାତେଇବା ମାମଲାରେ ଓ୍ବେଷ୍ଟଇଣ୍ଡିଜ ଆଗରେ ରହିଛି ସତ କିନ୍ତୁ ନିକଟ ଅତିତର ପ୍ରଦର୍ଶନକୁ ନଜର କଲେ ଟିମ୍‌ ଇଣ୍ଡିଆର ପଲ୍ଲା ଭାରି ରହିଛି। ଅର୍ଥାତ୍‌ ୨୦୦୨-୨୦୦୩ ମସିହାରୁ ଏପର୍ଯ୍ୟନ୍ତ ଭାରତ ଗୋଟିଏ ହେଲେ ସିରିଜ ହାରିନାହିଁ।

Leave A Reply

Your email address will not be published.