Odisha Link
Bridging the Missing Links in Odisha

ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ : ଡେବ୍ୟୁ କଲେ ଯଶସ୍ବୀ, ଇଶାନ

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଭାରତ-ଓ୍ବେଷ୍ଟଇଣ୍ଡଇଜ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌। ଓ୍ବେଷ୍ଟଇଣ୍ଡିଜ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ। ଏହି ଟେଷ୍ଟ ମ୍ୟାଚ୍‌ ଜରିଆରେ ଯୁବ ବ୍ୟାଟର ଯଶସ୍ବୀ ଜୟସ୍ବାଲ୍‌ ଓ ଓ୍ବିକେଟ କିପର ବ୍ୟାଟସମ୍ୟାନ୍‌ ଇଶାନ କିଷନ ଭାରତ ପାଇଁ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଲେ। ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ଖେଳିସାରିବା ପରେ ଆସନ୍ତା ୨୦୨୩-୨୫ ଚକ୍ର ପାଇଁ ଆଜିଠୁ ଭାରତୀୟ ଦଳ ଅଭିଯାନ ଆରମ୍ଭ କରିଛି।

ଭାରତୀୟ ଏକାଦଶ: ରୋହିତ ଶର୍ମା, ଯଶସ୍ବୀ ଜୟସ୍ବାଲ୍‌, ଶୁବମନ ଗିଲ୍‌, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ଇଶାନ କିଷନ (ୱିକେଟ୍‌ରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ, ଶାର୍ଦୁଳ ଠାକୁର, ଜୟଦେବ ଉନାଦକଟ୍‌, ମହମ୍ମଦ ସିରାଜ।

ୱେଷ୍ଟଇଣ୍ଡିଜ୍‌ ଏକାଦଶ: କ୍ରେଗ୍‌ ବ୍ରାଥୱେଟ୍‌, ତ୍ୟାଗନାରାୟଣ ଚନ୍ଦ୍ରପଲ୍‌, ରେମଣ୍ଡ ରିଫର, ଜର୍ମାଇନ୍‌ ବ୍ଲାକ୍‌ଉଡ୍‌, ଆଲିକ, ଜୋସୁଆ ଡା ସିଲ୍‌ଭା, ରାଖିମ୍‌ କର୍ଣ୍ଣୱାଲ୍‌, ଜାସନ୍‌ ହୋଲ୍ଡର, ଜୋମେଲ୍‌ ୱାରିକାନ୍‌, ଅଲଜାରି ଜୋସେଫ୍‌, କେମାର ରୋଚ୍‌।

Leave A Reply

Your email address will not be published.