Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: ୭ ରେଳ କର୍ମଚାରୀ ନିଲମ୍ବିତ

ଲୱେ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି

ଓଏଲ୍ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ମାମଲାରେ ସମ୍ପୃକ୍ତ ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ୭ ଜଣ ରେଳ କର୍ମଚାରୀ ଅଟନ୍ତି। ତେବେ କାର୍ଯ୍ୟାନୁଷ୍ଠାନ ନେଇ ଜିଏମ୍‌ ଅନୀଲ କୁମାର ମିଶ୍ର ସୂଚନା ଦେଇଛନ୍ତି।

ଏହି ଘଟଣାରେ ସିବିଆଇ ଓ ସିଆରଏସ୍‌ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ରେଲୱେ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିୟମ ଅନୁସାରେ ଗିରଫର ୨୪ ଘଣ୍ଟା ଭିତରେ ସସ୍‌ପେଣ୍ଡ ନିଶ୍ଚିତ ବୋଲି ସୂଚନା ରହିଛି।

ଅନ୍ୟପଟେ, ବାହାନଗା ଟ୍ରେନ୍‌ ଦୁର୍ଘଟଣାକୁ ମାସେ ପୁରିଥିବା ବେଳେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଟ୍ରେନ୍‌ ଟ୍ରାଜେଡି ମାମଲାରେ ୩ ଜଣଙ୍କୁ ସିବିଆଇ ଗିରଫ କରିବା ସହ ୫ ଦିନ ରିମାଣ୍ଡରେ ନେଇଥିଲା। ତେବେ କାଲି ରିମାଣ୍ଡ ଶେଷ ହୋଇଥିବାବେଳେ ପୁଣିଥରେ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା।

ଏହା ସହ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରିଛନ୍ତି। ସିନିୟର ସେକ୍ସନ୍ ଇଂଜିନିୟର ଅରୁଣ କୁମାର ମହନ୍ତ ଓ ସେକ୍ସନ୍ ଇଂଜିନିୟର ମହମ୍ମଦ ଅମୀର ଖାନ ଜାମିନ ପାଇଁ ଆବେଦନ କରିଛନ୍ତି।

ସୂଚନା ଅନୁସାରେ, ଗତ ଜୁନ ୨ ତାରିଖରେ ବାଲେଶ୍ୱର ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାରେ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଘଟଣାକୁ ନେଇ ତଦନ୍ତ ଜାରି ହୋଇଛି।

Leave A Reply

Your email address will not be published.