Odisha Link
Bridging the Missing Links in Odisha

ଚନ୍ଦ୍ରରେ ଶୋଇଲା ପ୍ରଜ୍ଞାନ, ଇସ୍ରୋ ରଖିଛି ଏହି ଆଶା

ଓଏଲ୍‌ ବ୍ୟୁରୋ: ଚନ୍ଦ୍ର ପୃଷ୍ଠରେ ଶୋଇଲା ରୋଭର ପ୍ରଜ୍ଞାନ। ୧୪ ଦିନର ମିଶନ ସାରି ସ୍ଲିପ୍‌ ମୋଡକୁ ଚାଲିଗଲା ରୋଭର ପ୍ରଜ୍ଞାନ। ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ କରିଥିବା ‘ଚନ୍ଦ୍ରଯାନ-୩’ର ‘ରୋଭର୍‌ ପ୍ରଜ୍ଞାନ’କୁ ଚନ୍ଦ୍ରପୃଷ୍ଠରେ ନିରାପଦରେ ‘ପାର୍କିଙ୍ଗ୍‌’ କରାଇ ‘ସ୍ଲିପ୍‌ ମୋଡ୍‌’ରେ (ଶୋଇବା ଅବସ୍ଥା) ରଖାଯାଇଥିବା କଥା ଶନିବାର ରାତିରେ ଭାରତୀୟ ମହାକାଶ ଏଜେନ୍‌ସି ‘ଇସ୍ରୋ’ କହିଛି।

ପ୍ରଜ୍ଞାନ ନିଷ୍କ୍ରିୟ ହେବା ପୂର୍ବରୁ ସମସତ ତଥ୍ୟ କରି ନେଇଛି ଇସ୍ରୋ । ସେପ୍ଟେମ୍ବର ୨୨ରେ ପୁଣି ସୂର୍ଯ୍ୟକିରଣ ପଡ଼ିଲେ ପ୍ରଜ୍ଞାନ ସକ୍ରିୟ ହେବା ଆଶା ରଖିଛି ଇସ୍ରୋ ।୧୪ ଦିନ ପରେ ଯଦି ସଫଳତାର ସହ ପ୍ରଜ୍ଞାନ ପୁଣି ସକ୍ରିୟ ହେଲା, ତେବେ ଏହା ଇସ୍ରୋ ଭାଇଁ ଆଉ ଏକ ବଡ଼ ଉପଲବ୍ଧି ହେବ। ଏହାପରେ ଆହୁରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବ ପ୍ରଜ୍ଞାନ ବୋଲି ଇସ୍ରୋ କହିଛି।

ଇସ୍ରୋ ପକ୍ଷରୁ କୁହାଯାଇଛି, ସୋଲାର ସିଷ୍ଟମ ଏବେ ସ୍ଲିପ ମୋଡରେ ରହିଛି। ସବୁଦିନ ପାଇଁ ଚନ୍ଦ୍ରରେ ଭାରତର ଦୂତ ହୋଇ ରହିବ ପ୍ରଜ୍ଞାନ। ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ନିର୍ଦ୍ଧାରିତ ୧୦୦ ମିଟର ଦୂରତା ଅତିକ୍ରମ କରିଛି।

ଚନ୍ଦ୍ରରେ ସୂର୍ଯ୍ୟାସ୍ତ ପୂର୍ବରୁ ରୋଭର ସମସ୍ତ ତଥ୍ୟ ଲ୍ୟାଣ୍ଡର ବିକ୍ରମ ମାଧ୍ୟମରେ ପୃଥୀବିକୁ ପଠାଇ ଦେଇଛି। ସେଥିରେ ଥିବା ଦୁଇଟି ପ୍ଲେ-ଲୋଡ ଏପିଏକ୍ସଏସ୍ ଏବଂ ଏଲଆଇବିଏସକୁ ମଧ୍ୟ ବନ୍ଦ ରଖାଯାଇଛି। ତେବେ ସେପ୍ଟମ୍ବର ୨୨ ତାରିଖରେ ଚନ୍ଦ୍ରରେ ପୁଣି ସୂର୍ଯ୍ୟଦ୍ୟୋୟ ହେବାର ଅଛି। ସୂର୍ଯ୍ୟୋଦୋୟ ହେଲେ ଲ୍ୟାଣ୍ଡରରେ ଲାଗିଥିବା ସୋଲାର ପ୍ୟାନେଲ ଗୁଡିକ ଆଲୋକ ଗ୍ରହଣ କରିବ । ଏବଂ ପୁଣି ରୋଭର କାର୍ଯ୍ୟ ଆରମ୍ଭ କରିବ ବୋଲି ଇସ୍ରୋ ଆଶାବାଦୀ ଅଛି।

Leave A Reply

Your email address will not be published.