Odisha Link
Bridging the Missing Links in Odisha

ନିଯୁକ୍ତି ପରେ ଇସ୍ତଫା ଦେଲେ ବିଜେପି ନେତା

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହାପୂର୍ବରୁ ଘର ସଜାଡ଼ିବାରେ ଲାଗିଛି ଓଡ଼ିଶାର ଭାରତୀୟ ଜନତା ଦଳ। ନିକଟରେ ଓଡ଼ିଶା ବିଜେପି ରାଜ୍ୟ ପଦାଧିକାରୀଙ୍କ ନାମ ଘୋଷଣା କରି ଦଳର ସଙ୍ଗଠନକୁ ମଜବୁତ କରିବାରେ ଲାଗିଛି।ଏହି ପରିପ୍ରେକ୍ଷୀରେ ଗତକାଲି ଭାରତୀୟ ଜନତା ପାର୍ଟିର ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଯୁବମୋର୍ଚ୍ଚା ରାଜ୍ୟ ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାମ ଘୋଷଣା କରିଥିଲେ। ହେଲେ ଘୋଷଣା ହେବାର ୨୪ ଘଣ୍ଟା ନପୁରୁଣୁ ୪ଜଣ ବିଜେପି ନେତା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଜି ବିଜେପି କ୍ୟାମ୍ପରେ ହଟଚମଟ ସୃଷ୍ଟି ହୋଇଛି।

ଖବର ଲେଖା ହେବା ପର୍ଯ୍ୟନ୍ତ ୨ ଜଣ ବିଜେପି ଯୁବମୋର୍ଚ୍ଚା ନେତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପଶ୍ଚିମ ଓଡ଼ିଶାର ଯୁବ ନେତା ଯୁଧିଷ୍ଠିର ମେହେର ଓ ଅମିତ ପଣ୍ଡା ଆଜି ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ ବିଜେପି କ୍ୟାମ୍ପରେ ହଟଚମଟ ସୃଷ୍ଟି ହୋଇଛି। ବିଶେଷ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଉ କିଛି ଯୁବ ନେତା ଇସ୍ତଫା ପତ୍ର ମେଲ ଯୋଗେ ପଠାଇଥିବା ଜଣାପଡ଼ିଛି। ତେବେ ଏନେଇ ଆନୁଷ୍ଠାନିକ ଭାବେ କିଛି ସ୍ପଷ୍ଟ ହୋଇନାହିଁ।

ସୂଚନାଥାଉକି, ରବିବାର ରାତିରେ ଓଡ଼ିଶା ପ୍ରଦେଶର ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ୬ ଉପସଭାପତି, ୨ ସାଧାରଣ ସଂପାଦକ, ୬ ସଂପାଦକ, ୧ କୋଷାଧ୍ୟକ୍ଷ, ୧ ସହ କୋଷାଧ୍ୟକ୍ଷ; ୧ କାର୍ଯ୍ୟାଳୟ ସଂପାଦକ, ୧ ଆଇଟି ସଂଯୋଜକ, ୧ ସାମାଜିକ ଗଣମାଧ୍ୟମ ସଂଯୋଜକ ନାମ ତାଲିକା ଘୋଷଣା କରାଯାଇଥିଲା। ସେହିପରି ବିଭିନ୍ନ ବିଭାଗ ପାଇଁ ୭୭ ଜଣ ରାଜ୍ୟ ସଂଯୋଜକ ଓ ସହ ସଂଯୋଜକ ନାମ ତାଲିକା ଘୋଷଣା ହୋଇଥିବା ବେଳେ ୨୯ ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ୩୧ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ମନୋନୀତ କରିିଛି ବିଜେପି ଯୁବ ମୋର୍ଚ୍ଚା।

Leave A Reply

Your email address will not be published.