Odisha Link
Bridging the Missing Links in Odisha

ଶ୍ରୀମନ୍ଦିର: ଏଣିକି ଶାଳୀନତା ପୋଷାକ ପିନ୍ଧିବେ ଭକ୍ତ

ଓଏଲ୍‌ ବ୍ୟୁରୋ: ଏଣିକି ଶାଳୀନତାର ପୋଷାକ ପିନ୍ଧିବେ ଶ୍ରଦ୍ଧାଳୁ। ନଚେତ ଜଗା ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ। ଏଭଳି କିଛି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଶାଳୀନତା ଭାବେ ପୋଷାକ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ। ନୂଆବର୍ଷରୁ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି ସୂଚନା ଦେଇଛି ଶ୍ରୀମନ୍ଦିର ପ୍ରଶାସନ।

ଏନେଇ ଆସନ୍ତାକାଲିଠୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଭକ୍ତମାନଙ୍କୁ ସଚେତନତା କରାଯିବ। ଶାଳୀନତାପୂର୍ଣ୍ଣ ଡ୍ରେସ୍‌ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ଭକ୍ତମାନଙ୍କୁ ପରାମର୍ଶ ଦିଆଯିବ। ଜାନୁଆରୀ ୧ ତାରିଖରୁ ସିଂହଦ୍ଵାରରେ ମୁତୟନ ଜେଟିପି ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ।

ମିଳିଥିବା ସୂଚନା ମୁତାବକ, ପ୍ରଶାସନ ପକ୍ଷଧରୁ କୁହାଯାଇଛି ଯେ ଶ୍ରୀମନ୍ଦିର ପ୍ରବେଶ ବେଳେ ଭକ୍ତମାନେ ଶାଳୀନତାପୂର୍ଣ୍ଣ ଡ୍ରେସ୍‌ ପିନ୍ଧିବେ। ଫୁଲ୍‌ ଡ୍ରେସ୍‌ ପିନ୍ଧିବେ। କୌଣସି ଚରାଫଟା ଓ ହାପ୍‌ ପ୍ୟାଣ୍ଟ ପିନ୍ଧି ଯାଇପାରିବେ ନାହିଁ। ୧୨ ବର୍ଷରୁ କମ୍‌ ପିଲା ହାପ୍‌ ପ୍ୟାଣ୍ଟ ପିନ୍ଧି ପାରିବେ। ଯଦି କୌଣସି ଶ୍ରଦ୍ଧାଳୁ ନିୟମ ମାନିବେ ନାହିଁ ତେବେ ତାଙ୍କୁ ଶ୍ରୀମନ୍ଦିର ମନା।