Odisha Link
Bridging the Missing Links in Odisha

ପୁରୀରେ ନୂଆ ରାଜ୍ୟପାଳ ରଘୁବର ଦାସ; କରୁଛନ୍ତି ଜଗା ଦର୍ଶନ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ନୂଆ ରାଜ୍ୟପାଳ ରଘୁବର ଦାସ। ଆଜି ଭୋରୁ ଭୋରୁ ପୁରୀରେ ପହଞ୍ଚିଛନ୍ତି ରଘୁବର ଦାସ। ସେ ଟ୍ରେନ୍‌ ଯୋଗେ ପୁରୀରେ ପହଁଞ୍ଚିଥିବା ବେଳେ ସିଧାସଳଖ ରାଜଭବନ ଯାଇ ବିଶ୍ରାମ ନେଇଥିଲେ। ବର୍ତ୍ତମାନ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ପରେ ପୁରୀରୁ ସିଧାସଳଖ ଭୁବନେଶ୍ୱର ଯାଇ ରାଜଭବନରେ ରାତ୍ରିଯାପନ କରିବେ।

ମିଳିଥିବା ସୂଚନା ମୁତାବକ, ଭୁବନେଶ୍ୱରରେ ମଙ୍ଗଳବାର ସକାଳ ପ୍ରାୟ ୮ଟା୪୫ମିନିଟରେ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଆସିଛନ୍ତି।

ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।ସେପଟେ ପୁରୀ ରେଳଷ୍ଟେସନ ଠାରେ ରାଜ୍ୟପାଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ବିଜେପିର ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ବିଜେପିର ଅନେକ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।

ଅକ୍ଟୋବର ୩୧ ଅର୍ଥାତ ଆସନ୍ତା କାଲି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ବ ନେବେ ରଘୁବର ଦାସ।

ସୂଚନାଥାଉକି, ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ହେଉଛନ୍ତି ରଘୁବର ଦାସ। ସେ ୫ ଥର ନିର୍ବାଚିତ ହୋଇଛନ୍ତି। ରଘୁବର ଦାସ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି। ପ୍ରଥମ ଅଣଆଦିବାସୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ରଘୁବର।

Leave A Reply

Your email address will not be published.