Odisha Link
Bridging the Missing Links in Odisha

ଆନ୍ଧ୍ର-ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣା: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦୁର୍ଘଟଣାସ୍ଥଳକୁ ଗଲେ ରାଜସ୍ବ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆନ୍ଧ୍ରପ୍ରଦେଶର କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଗତ ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୩ ଛୁଇଁଛି। ମୃତକଙ୍କ ମଧ୍ୟରେ ୨ଜଣ ରେଳ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥିସହିତ ଦୁର୍ଘଟଣାସ୍ଥଳକୁ ଯାଇ ଜନତାଙ୍କ କଥା ବୁଝିବା ପାଇଁ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପାଇବା ପରେ ସ୍ଥିତି ପରଖିବା ପାଇଁ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ମେଡିକାଲ ଯାଇ ଆହାତଙ୍କ ଭେଟିବେ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ରାଜସ୍ୱ ମନ୍ତ୍ରୀଙ୍କ ସହ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏସଆରସି ଟିମ୍।

ଅନ୍ୟପଟେ ଟ୍ରେନ୍‌ ଦୁର୍ଘଟଣା ପରେ ମୋଟ ୩୩ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ ୨୨ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ସେହିପରି ୧୧ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଏହାସହ ୬ ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଇଷ୍ଟ କୋଷ୍ଟ ରେଲଓ୍ବେ ସିପିଆରଓ ବିଶ୍ବଜିତ ସାହୁ। ସେ ଆହୁରି ସୂଚନା ଦେଇ କହିଛନ୍ତି ଯେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ ମରାମତି କାମ ଚାଲିଛି। ଅପରାହ଼ହ୍ନ ୪ଟା ସୁଦ୍ଧା ମରାମତି କାମ ସରିବବୋଲି ଆଶ ରଖାଯାଇଛି। ଦୁର୍ଘଟଣାରେ ୫ଟି ବଗି କ୍ଷତିଗ୍ରସ୍ତ ହୋଇଛି। ପ୍ରଭାବିତ ଲୋକଙ୍କ ପାଇଁ ବସ୍ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.