Odisha Link
Bridging the Missing Links in Odisha

ପୁଣି ଅଡୁଆରେ ସିସୋଦିଆ, ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଓଏଲ୍‌ ବ୍ୟୁରୋ: ପୁଣି ଅଡୁଆରେ ପୂର୍ବତନ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଡାହାଣହାତ କୁହାଯାଉଥିବା ମନିଷ ସିସୋଦିଆଙ୍କୁ ନେଇ ଦୀର୍ଘଦିନ ହେବ ଚର୍ଚ୍ଚା ଲାଗି ରହିଛି। ତେବେ ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ ହୋଇଥିବା ଖବର ସାମ୍ନାକୁ ଆସିଛି। ସୁପ୍ରିମକୋର୍ଟ ଦିଲ୍ଲୀ ଅବକାରୀ ସ୍କାମ ମାମଲାରେ ଜାମିନ୍ ଆବେଦନ ଖାରଜ କରିଛନ୍ତି। ଏହା ସହ ୬ରୁ ୮ ମାସ ମଧ୍ୟରେ ଶୁଣାଣି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣିରେ ବିଳମ୍ବ ହେଲେ ସାନି ଜାମିନ୍ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୂଚନା ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଅନୁସନ୍ଧାନ କରାଯାଉଥିବା ଏକ୍ସାଇଜ୍ ପଲିସି ମାମଲାରେ କୋର୍ଟ ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ହେପାଜତ ଅବଧି ବୃଦ୍ଧି କରାଯାଇଥିଲା। ସିବିଆଇ ପ୍ରସ୍ତୁତ କରିଥିବା ଚାର୍ଜସିଟରେ ସିସୋଦିଆଙ୍କ ନାମ ସାମିଲ କରାଯାଇଥିଲା। ଦିଲ୍ଲୀ ସରକାର କରୋନା ମହାମାରୀ ନାମରେ ୧୪୪.୩୬ କୋଟି ଟଙ୍କାର ଟେଣ୍ଡର ଲାଇସେନ୍ସ ଫିସ୍ ଛାଡ କରିଥିବା କଥା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ଅଭିଯୋଗ ରହିଛି କି ଦିଲ୍ଲୀ ସରକାର ଏଭଳି କରି ମଦ ଡିଲରମାନଙ୍କୁ ଲାଭ ପହଂଚାଇଛନ୍ତି। ଏହାସହ ଏଥିରୁ ମିଳିଥିବା କମିଶନ ଟଙ୍କାକୁ ଆମ୍ ଆଦମୀ ପାର୍ଟି ପଞ୍ଜାବ ନିର୍ବାଚନରେ ଖର୍ଚ୍ଚ କରିଥିବା କଥା ଅଭିଯୋଗ ରହିଛି।

Leave A Reply

Your email address will not be published.