Odisha Link
Bridging the Missing Links in Odisha

ରାଜ୍ୟରେ ଶୀତର ଲେଉଟାଣି; ଆଜିଠୁ ଖୋଲିଲା ନୀଳଗିରିର କୁଳଡିଆ ଅଭୟାରଣ୍ୟ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇଛି। ତେବେ ଏହି ସମୟରେ ପର୍ଯ୍ୟଟକ ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପ୍ରସ୍ତୁତ କରାଯାଏ। ଆଜିଠାରୁ ଖୋଲିଲା ନୀଳଗିରିର କୁଳଡିଆ ଅଭୟାରଣ୍ୟ। ବନ୍ୟଜନ୍ତୁ ଏବଂ ପ୍ରକୃତିକୁ ପର୍ଯ୍ୟଟକ ନିକଟରୁ ଉପଭୋଗ କରିବେ। ରାତ୍ରି ରହଣି ପାଇଁ ୯ ଗୋଟି ତମ୍ବୁ ଘରର ବ୍ୟବସ୍ଥା ହୋଇଛି।

ଅନ୍ୟପଟେ, ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ବହୁପ୍ରତିକ୍ଷିତ ଇକୋ ରିଟ୍ରିଟ୍। ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଦୁଃସାହସିକ ଜଳ କ୍ରୀଡ଼ାକୁ କରିବେ ଉପଭୋଗ। ଚଳିତ ଥର ୩ ମାସ ଧରି ୭ଟି ଜାଗାରେ ଏହା ଅନୁଷ୍ଠିତ ହେଉଛି। କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ, ଦାରିଙ୍ଗବାଡି, କୋରାପୁଟର ପୁଟସିଲ୍ ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ଉଦଘାଟିତ ହେବ।

Leave A Reply

Your email address will not be published.