Odisha Link
Bridging the Missing Links in Odisha

ପିଛା ଛାଡ଼ୁନି ରେଳ ଦୁର୍ଘଟଣା: ଟ୍ରାକରୁ ଖସିଲା ଟ୍ରେନ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଏଲ୍‌ ବ୍ୟୁରୋ: ପିଛା ଛାଡ଼ୁନି ରେଳ ଦୁର୍ଘଟଣା। ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି। ସୁହେଲଦେବ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଗାଜିପୁରରୁ ଆନନ୍ଦବିହାର ଅଭିମୁଖେ ଯାଉଥିବା ସୋହେଲ୍ ଦେବ ଏକ୍ସପ୍ରେସ୍ ଗତକାଲି ରାତିରେ ପ୍ରୟାଗରାଜ ଷ୍ଟେସନରୁ ଛାଡ଼ିବା ପରେ ଅଘଟଣ ଘଟିଛି।

ପ୍ରୟାଗରାଜ ଷ୍ଟେସନ ନିକଟରେ ଟ୍ରାକରୁ ଖସିଲା ଟ୍ରେନ୍‌। ତେବେ ଟ୍ରେନ୍ ସ୍ପିଡ୍ ବହୁତ୍ କମ ଥିବାରୁ ଏକ ବଡ଼ ଅଘଟଣ ବର୍ତ୍ତି ଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାସ୍ଥଳରେ ମରାମତି କାମ ଜାରି ରହିଛି।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଆଲମଣ୍ଡା ଷ୍ଟେସନର କିଛି ବାଟ ପୂର୍ବରୁ କଣ୍ଟକାପାଲ୍ଲୀ ପରେ ପରେ ବିଶାଖାପାଟଣା- ପଲାସା ପାସେଞ୍ଜର ଟ୍ରେନକୁ ପଛପଟୁ ଖୁବ ଜୋରରେ ଧକ୍କା ଦେଇଥିଲା ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍। ଘଟଣାସ୍ଥଳରେ ୧୩ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୫୦ ଆହତ ହୋଇଥିଲେ।

Leave A Reply

Your email address will not be published.