Odisha Link
Bridging the Missing Links in Odisha

ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା: ୫୦ରୁ ଅଧିକ ମହିଳା ଗିରଫ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ପୁରୁଷଙ୍କ ପରେ ଆରମ୍ଭ ହେଲା ମହିଳା ଗିରଫଦାରୀ। ରାତିଅଧିଆ ଚଢ଼ାଉରେ ମହିଳାଙ୍କୁ ପୁଲିସ ଉଠାଇ ନେଇଛି। ପୂର୍ବରୁ ଗାଁର ୭୭ ଜଣ ପୁରୁଷଙ୍କୁ ଗିରଫ କରାଯାଇଥିଲା। ପୁରୁଷଙ୍କ ପରେ ମହିଳା ଗିରଫ ପାଇଁ ଗାଁ ଏବେ ଜନଶୂନ୍ୟ ହୋଇପଡିଛି।