Odisha Link
Bridging the Missing Links in Odisha

ଇସ୍ରାଏଲ-ହମାସ ଯୁଦ୍ଧକୁ ବିତିଲାଣି ୪ ସପ୍ତାହ; ଏଯାବତ୍ ଗଲାଣି ୯ ହଜାରରୁ ଅଧିକ ଜୀବନ

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ୪ ସପ୍ତାହରେ ପହଂଚିଛି ଯୁଦ୍ଧ। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ସାଧାରଣ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ଅସ୍ତ୍ରବିରତି ପାଇଁ ଅପିଲ୍ ହୋଇଛି। ଆମେରିକା ରାଷ୍ଟ୍ରପତିଙ୍କ ସମେତ ଅନ୍ୟ ଆରବ ନେତା ଅପିଲ୍ କରିଛନ୍ତି। ଯୁଦ୍ଧରେ ଏଯାବତ୍ ୯ ହଜାର ପାଲେଷ୍ଟାଇନ୍‌ଙ୍କ ଜୀବନ ଗଲାଣି।

ଅନ୍ୟପଟେ, ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ଇସ୍ରାଏଲର ଜୋରଦାର ଗ୍ରାଉଣ୍ଡ ଅପରେସନକୁ କଡ଼ା ବିରୋଧ କରାଯାଇଛି। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଇସ୍ରାଏଲକୁ କଡ଼ା ବିରୋଧ କଲେ ୩ ଲାଟିନ୍ ଆମେରିକୀୟ ଦେଶ।

ଇସ୍ରାଏଲ ସହ କୂଟନୈତିକ ସଂପର୍କ ଛିନ୍ନ କଲା ବଲିଭିଆ। ଇସ୍ରାଏଲ ସୈନ୍ୟଙ୍କ କାର୍ଯ୍ୟାନୁଷ୍ଠାନକୁ ବର୍ବର କହି ବଲିଭିଆ ସମାଲୋଚନା କରିଛି। ଇସ୍ରାଏଲରୁ ନିଜ ରାଷ୍ଟ୍ରଦୂତଙ୍କୁ କଲମ୍ବିଆ ଓ ଚିଲ ପ୍ରତ୍ୟାହାର କରିଛନ୍ତି। ଅସ୍ତ୍ରବିରତି ଦାବି କରି କଲମ୍ବିଆ ଓ ଚିଲି କଡ଼ା ପଦକ୍ଷେପ ଗ୍ରହଣ କରିଛି। ଆମେରିକାର ପରାମର୍ଶ ପରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ସ୍ଥଗିତ ରହିଥିଲା।

Leave A Reply

Your email address will not be published.