Odisha Link
Bridging the Missing Links in Odisha

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଟ୍ରାନ୍ସଜେଣ୍ଡର୍ସ ସଂଗଠନ, ଜଣାଇଲେ ଶୁଭେଚ୍ଛା

ଓଏଲ୍‌ ବ୍ୟୁରୋ: ସ୍ବେଚ୍ଛାକୃତ ଅବସର ନେଇଛନ୍ତି ୫-ଟି ସଚିବ ଭିକେ ପାଣ୍ଡିଆନ୍। ୫-ଟି ସଚିବ ଥିବା ଶ୍ରୀ ପାଣ୍ଡିଆନ୍‌ ୫-ଟି ଅଧ୍ୟକ୍ଷ ହୋଇଥିବାବେଳେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପରେ ଭିକେ ପାଣ୍ଡିଆନଙ୍କୁ ୫-ଟି ଅଧ୍ୟକ୍ଷ ନିଯୁକ୍ତି ମିଳିଛି। ଏହା ପରେ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଭିଡ଼ ଜମିଛି।

୫-ଟି ଓ ନବୀନ ଓଡ଼ିଶା ଅଧକ୍ଷ ଭି କେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି କିନ୍ନର ଓ ଟ୍ରାନ୍ସଜେଣ୍ଡର୍ସ ସଂଗଠନ। ମଧୁବାବୁ ପେନସନ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ସ୍ୱୀକୃତି ଯୋଜନା ଭଳି ଅନେକ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳ କରିଥିବାରୁ ଭି କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଦେଇଛନ୍ତି। ପୂର୍ବରୁ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ବିଭିନ୍ନ ଆଉଟ ସୋର୍ସିଂ ସଂଘ, ଶିକ୍ଷକ ସଂଘ, କର୍ମଚାରୀ ସଂଘ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଶୁଭେଛା ଜଣାଇଛନ୍ତି।

Leave A Reply

Your email address will not be published.