Odisha Link
Bridging the Missing Links in Odisha

ଆଜି ଜାତୀୟ କର୍କଟ ରୋଗ ସଚେନତା ଦିବସ; ପ୍ରତିବର୍ଷ ଚିହ୍ନଟ ହେଉଛନ୍ତି ୧୧ ଲକ୍ଷ ନୂଆ ରୋଗୀ

ଓଏଲ୍‌ ବ୍ୟୁରୋ: ଆମ ରାଜ୍ୟରେ ପ୍ରତିଦିନ ଅନେକ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। କିନ୍ତୁ କର୍କଟ ରୋଗକୁ ଭୟ ନ କରି ସଚେତନ ସହ ଚିକିତ୍ସା କଲେ ଏହି ରୋଗକୁ ମୁକାବିଲା କରିହେବ ବୋଲି ଜନ ସଚେତନତା ସୃଷ୍ଟି କରାଯାଉଛି। ଭାରତରେ ପ୍ରତିବର୍ଷ ନଭେମ୍ବର ୭ ତାରିଖରେ ପାଳିତ ହୁଏ ଜାତୀୟ କର୍କଟ ସଚେତନତା ଦିବସ। କର୍କଟ ପ୍ରତିରୋଧ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ ସମ୍ପର୍କରେ ଜନସଚେତନତାର ଗୁରୁତ୍ଵକୁ ଏହି ଦିବସ ଆଲୋକପାତ କରେ।

ଦେଶରେ କର୍କଟ ଚିକିତ୍ସାର ସୁବିଧା ପ୍ରଦାନ ପାଇଁ ୧୯୭୫ରେ ଜାତୀୟ କର୍କଟ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଭାରତରେ ପ୍ରତିବର୍ଷ ୧୧ ଲକ୍ଷ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଦୁଇ ତୃତୀୟାଂଶ କର୍କଟ ମାମଲା ପରବର୍ତ୍ତୀ ପର୍ଯ୍ୟାୟରେ ଚିହ୍ନଟ ହେଉଛି, ଯାହା ରୋଗୀଙ୍କ ବଞ୍ଚିବା ସମ୍ଭାବନା ହ୍ରାସ କରୁଛି। ତେଣୁ କର୍କଟର ପ୍ରତିରୋଧ ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିହ୍ନଟ ଉପରେ ଗବେଷଣା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି।

୨୦୧୪, ସେପ୍ଟେମ୍ବର ମାସରେ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ଦ୍ଵାରା ପ୍ରଥମେ ଜାତୀୟ କର୍କଟ ସଚେତନତା ଦିବସ ଘୋଷଣା ହୋଇଥିଲା। ପ୍ରତି ବର୍ଷ ନଭେମ୍ବର ଆଜିର ଦିନ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା। କର୍କଟ ରୋଗ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା, ନିରାକରଣ ଏହା ସାଙ୍ଗକୁ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ପ୍ରତିବର୍ଷ କର୍କଟ ରୋଗ ସଚେନତା ଦିବସ ପାଳନ କରାଯାଉଛି।

Leave A Reply

Your email address will not be published.