Odisha Link
Bridging the Missing Links in Odisha

ମହଙ୍ଗା ପଡ଼ିଲା ବିବାଦୀୟ ବୟାନ! ବହିଷ୍କୃତ ହେଲେ ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ

ଓଏଲ୍‌ ବ୍ୟୁରୋ: ମହଙ୍ଗା ପଡ଼ିଲା ବିବାଦୀୟ ବୟାନ। ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନ ବହିଷ୍କୃତ ହୋଇଥିବା ଜଣା ପଡିଛି। ପ୍ରଧାନମନ୍ତ୍ରୀ ଋଷି ସୁନକ ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କରିଛନ୍ତି।

ସୂଚନା ଅନୁସାରେ, ବ୍ରିଟେନର ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ ସୁଏଲା। ସେ ପାଲେଷ୍ଟାଇନ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ। ଏହି ବିବାଦୀୟ ବୟାନ ଦେବା ପରେ ପ୍ରଧାନମନ୍ତ୍ରୀ ଋଷି ସୁନକ ବ୍ରିଟେନ ସ୍ବରାଷ୍ଟ୍ର ମନ୍ତ୍ରୀ ସୁଏଲା ବ୍ରେଭରମ୍ୟାନଙ୍କୁ ବହିଷ୍କାର କରିଛନ୍ତି।