Odisha Link
Bridging the Missing Links in Odisha

ଅଭିନେତ୍ରୀ ମୌସୁମୀ ନାୟକ ଗିରଫ, କୋର୍ଟ ଚାଲାଣ କଲା ପୁଲିସ

ଓଏଲ୍‌ ବ୍ୟୁରୋ: ଅଭିନେତ୍ରୀ ମୌସୁମୀ ନାୟକ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ଇନଫୋସିଟି ଥାନା ପୁଲିସ ମୌସୁମୀଙ୍କୁ ଗିରଫ କରିଛି। ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଥିବାବେଳେ ଗିରଫ ପରେ ମୌସୁମୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ରହିଛି।

ସୂଚନା ଅନୁସାରେ, ଚର୍ଚ୍ଚିତ ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ମୌସୁମୀଙ୍କୁ ଗିରଫ କରାଯାଇଛି। ଗିରଫ ପରେ ମୌସୁମୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏନେଇ ଏସିପି ରମେଶ ବିଶୋଇ ସୂଚନା ଦେଇଛନ୍ତି। ଲେଖିକା ବନସ୍ମିତା ପତି ଅଭିଯୋଗ କରିଥିଲେ କି ଅଭିନେତ୍ରୀ ମୌସୁମୀ ନାୟକ ତାଙ୍କୁ ବ୍ଲାକମେଲ କରିଛନ୍ତି।

ବ୍ଲାକମେଲ କରି ମୌସୁମୀ ଅଧିକ ଟଙ୍କା ନେବା ସହ ମାନହାନି ଭଳି ଅଭିଯୋଗ କରିଥିଲେ। ଟଙ୍କା ନଦେଲେ ମୌସୁମୀ ବଦନାମ କରିବା ଏବଂ ଘର ଭାଙ୍ଗିଦେବାକୁ ଧମକ ଦେଇଥିଲେ। ତେବେ ଏନେଇ ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରି ଅଭିନେତ୍ରୀ ମୌସୁମୀ ନାୟକଙ୍କୁ ଗିରଫ କରିଛି।