ମାନିଲେନି କଟକଣା! ଦୀପାବଳୀ ପରେ ରେକର୍ଡ କଲା ଟ୍ୱିନ୍ ସିଟିର ପ୍ରଦୂଷଣ ମାତ୍ରା
ଓଏଲ୍ ବ୍ୟୁରୋ: ସରିଲା ଦୀପାବଳୀ। ଉତ୍ସବ ସରୁ ସରୁ ଗୋଟେ ଗୋଟେ ଦୁର୍ଘଟଣା ଖବର ସାମ୍ନାକୁ ଆସୁଥିବାବେଳେ ବାୟୁ ପ୍ରଦୂଷଣ ଏବେ ଚିନ୍ତାର ବିଷୟ ପାଲଟିଛି। ଦିଲ୍ଲୀ ପରେ ବାଣ ଧୂଆଁରେ ଟୁଇନ ସିଟିର ପ୍ରଦୂଷଣ ମାତ୍ରା ରେକର୍ଡ କରିଛି। ଗତକାଲି ରାତି ଗୋଟାଏରେ ରେକର୍ଡ ପ୍ରଦୂଷଣ ମାତ୍ରା ରେକର୍ଡ ଛୁଇଁଛି।
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ପ୍ରଦୂଷଣ ମାତ୍ରା ୯୯୯ ଥିବାବେଳେ ରାତି ଗୋଟାଏରେ ପଟିଆ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଥିଲା ୬୭୬। କଟକରେ ରାତି ଗୋଟାଏରେ ପ୍ରଦୂଷଣ ସ୍ତର ରହିଲା ୮୮୨। ତେବେ ବାଣ କଟକଣା ସତ୍ତ୍ୱେ ଏଭଳି ବାୟୁ ପ୍ରଦୂଷଣ ଏବେ ଚିନ୍ତାର ବିଷୟ ପାଲଟିଛି।