Odisha Link
Bridging the Missing Links in Odisha

ଭାରତ-ନ୍ୟୁଜିଲାଣ୍ଡ କଡ଼ା ଟକ୍କର: ଟସ୍ ଜିତିଲା ଭାରତ, ପ୍ରଥମେ ବୋଲିଂ କରିବ ନ୍ୟୁଜିଲାଣ୍ଡ

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବକପରେ ହାଇଭୋଲଟେଜ୍ ମ୍ୟାଚ୍। ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର। ଭାରତ ପାଇଁ ଏହି ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। କାରଣ ଏହି ମ୍ୟାଚ ଜିତି ଭାରତ ଫାଇନାଲ ପାଇଁ ନିଜ ଟିକେଟ ପକ୍କା କରିବ। ଆଜିର ମ୍ୟାଚରେ ଭାରତ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ। ଫଳରେ ପ୍ରଥମେ ବୋଲିଂ କରିବ ନ୍ୟୁଜିଲାଣ୍ଡ ଦଳ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ଏହି ମହାମୁକାବିଲା। ଲଗାତର ୯ଟି ମ୍ୟାଚ୍ ଜିତି ଅପରାଜେୟ ଥିବା ଟିମ୍ ଇଣ୍ଡିଆ ଧାରା ବଜାୟ ରଖି ଟାଇଟଲ୍ ରାଉଣ୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି।

ଅନ୍ୟପଟେ, ଚଳିତ ଟୁର୍ଣ୍ଣାମେଣ୍ଟରେ ଅଧିନାୟକ ରୋହିତ ଶର୍ମା ଭାରତକୁ ପ୍ରତି ମ୍ୟାଚରେ ଭଲ ଷ୍ଟାର୍ଟ ଦେଉଛନ୍ତି। ମିଡଲ୍ ଅର୍ଡରରେ ବିରାଟ୍ କୋହଲି, ଶ୍ରେୟସ ଆୟର ଓ ଲୋକେଶ ରାହୁଲଙ୍କ ବ୍ୟାଟ୍ରୁ ମଧ୍ୟ ଖୁବ୍ ରନ୍ ବର୍ଷୁଛି। ବୋଲିଂ ବିଭାଗରେ ମଧ୍ୟ ଭଲ ସମିଶ୍ରମ ଦେଖିବାକୁ ମିଳିଛି। ମହମ୍ମଦ ଶାମି, ଯଶପ୍ରୀତ ବୁମରା, ମହମ୍ମଦ ସିରାଜଙ୍କୁ ନେଇ ଗଠିନ ପେସ୍ ବ୍ୟାଟେରୀ ସହିତ ସ୍ପିନର ମଧ୍ୟ ବିରୋଧୀ ଦଳକୁ ନାକେଦମ କରିଛନ୍ତି। ତେବେ ଆଜିର ଏହି ମହାମୁକାବିଲା ଦେଖିବା ପାଇଁ କ୍ରିକେଟପ୍ରେମୀ ଚାହିଁ ରହିଛନ୍ତି।