Odisha Link
Bridging the Missing Links in Odisha

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ଏଥର ନନ୍ଦନକାନନରେ ମିଳିବ ରୋପୱେର ମଜା

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଶୀତ। ଶସାଧରଣତଃ ଶୀତର ଆଗମନ ପରେ ସମସ୍ତେ ବୁଲା ବୁଲି କରିବାକୁ ଭଲ ପାଆନ୍ତି। ବିଭିନ୍ନ ଦର୍ଶନୀୟ ସ୍ଥାନଠୁ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ତେବେ ଏହି ସମୟରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଭିଡ ଜମିଥାଏ। ନନ୍ଦନକାନନ ବୁଲିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି।

ଏଣିକି ନନ୍ଦନକାନନରେ ମିଳିବ ରୋପୱେର ମଜା। ନନ୍ଦନକାନନେରେ ରୋପୱେ ଉଦଘାଟନ କରାଯିବ। ଆଜି ରୋପୱେ ଉଦଘାଟନ କରିବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ। ତେବେ ଏଥର ନନ୍ଦନକାନନରେ ପର୍ଯ୍ୟଟକ ରୋପୱେର ମଜା ନେବେ।