Odisha Link
Bridging the Missing Links in Odisha

ଅଣ ଅନୁସୂଚିତଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତିରେ ରୋକ; ସ୍ଥଗିତ ରଖିଲେ ରାଜସ୍ବ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଅଣ ଅନୁସୂଚିତ ଜନଜାତି ଜମି କିଣାବିକାକୁ ନେଇ କ୍ୟାବିନେଟରେ ନିଷ୍ପତି ନିଆଯାଇଥିଲା। ଯାହା ଉପରେ ରୋକ ଲଗାଇଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି। ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଗତ ୧୪ ତାରିଖରେ ହୋଇଥିବା କ୍ୟାବିନେଟ ବୈଠକରେ ଅନୁସୂଚିତ ଜାତିଙ୍କ ଜମି କିଣାବିକା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲା।

ଏଥିରେ ଜଣେ ଅନୁସୂଚିତ ଜନଜାତି ବର୍ଗର ଜମିକୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବ୍ୟବହାର ଉପରେ କରାଯାଇପାରିବ ବୋଲି ନିଷ୍ପତ୍ତି ହୋଇଥିଲା। କୃଷି, ଆବାସିକ ଗୃହ ନିର୍ମାଣ, ପିଲାମାନଙ୍କ ଉଚ୍ଚ ଶିକ୍ଷା, ଆତ୍ମ ନିଯୁକ୍ତି, ବ୍ୟବସାୟ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁସୂଚିତ ଜନଜାତି ସମ୍ପତ୍ତି ବିକ୍ରି କରିପାରିବେ। ଏହାସହ ଜଣେ ଅଣ-ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କୁ ସମ୍ପତ୍ତି ହସ୍ତାନ୍ତର କରିପାରିବେ ବୋଲି ନିଷ୍ପତି ହୋଇଥିଲା। ଏହାକୁ ନେଇ ବିରୋଧୀ ସ୍ୱର ଉଠାଇଲେ ଥିଲେ। ତେବେ ବର୍ତ୍ତମାନ ଏହି ନିଷ୍ପତିରେ ରୋକ ଲାଗିଛି।

Leave A Reply

Your email address will not be published.