Odisha Link
Bridging the Missing Links in Odisha

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଆରମ୍ଭ; ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଠାରୁ ନାଟମଣ୍ଡପ ମରାମତି ଆରମ୍ଭ ହେବ। ନାଟମଣ୍ଡପ ମରାମତି ପାଇଁ ଏସ୍‌ଓପି ପ୍ରସ୍ତୁତ ହୋଇଛି। କେତେବେଳେ ମରାମତି କାର୍ଯ୍ୟ ହେବ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ସକାଳ ୬ଟାରୁ ରାତି ୧୦ଟା ମଧ୍ୟରେ ମରାମତି କାର୍ଯ୍ୟ କରାଯାଉଛି। ଏହି କାର୍ଯ୍ୟକୁ ଟେକ୍ନିକାଲ କମିଟି ଓ ପରିଚାଳନା କମିଟି ସେବାୟତ ସଦସ୍ୟ ତଦାରଖ କରିବେ। ମରାମତି ପାଇଁ ଏଏସଆଇକୁ ଏନଓସି ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ମହାପ୍ରଭୁଙ୍କ ନୀତି କାନ୍ତି ଓ ଭକ୍ତଙ୍କ ଦର୍ଶନରେ ଯେଭଳି କୌଣସି ବ୍ୟାଘାତ ନହେବ ସେ ଉପରେ ଗୁରୁତ୍ବ ଦେଇଛି ପ୍ରଶାସନ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ନାଟମଣ୍ଡପ ମରାମତି ଲାଗି ଆଜି ଆରମ୍ଭ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନାଟମଣ୍ଡପ ମରାମତି ଲାଗି ଏଏସଆଇକୁ ନିର୍ଦ୍ଦେଶ ଦିଆଯାଇଛି। ମରାମତି ଲାଗି ସମସ୍ତ ସହଯୋଗ ମନ୍ଦିର ପ୍ରଶାସନ ଯୋଗାଇବ। ଆମିକସ୍‌ କ୍ୟୁରି ମରାମତି କାମର ଅନୁଧ୍ୟାନ କରିବେ। ଅନୁଧ୍ୟାନ କରି ପ୍ରତି ୧୫ ଦିନରେ ଆମିକସ୍‌ କ୍ୟୁରି ରିପୋର୍ଟ ଦେବେ। ଡିସେମ୍ବର ୪ ତାରିଖରେ ହାଇକୋର୍ଟରେ ପରବର୍ତ୍ତୀ ଶୁଣାଣି କରାଯିବ।

Leave A Reply

Your email address will not be published.